କବିତା: ଆଇନା

✍🏾ଶୁଭ୍ରା ସନ୍ତୋଷୀ ଗୌଡ

ସ୍ୱାର୍ଥର ଭିଡରେ
ଅନ୍ଧପୁଟୁଳି ବାନ୍ଧି ଆଖିରେ
ଦୃଷ୍ଟିହୀନର ଅଭିନୟ କରୁକରୁ
ଅସହାୟ ହୁଏ ସେ ସଂପୂର୍ଣ୍ଣ ।
ଅପରିଚିତର ମୁଖା ପିନ୍ଧି
ଖୋଜିପାଏନା ସେ
ପରିଚୟ ନିଜର ..।
ଏ ତ ଆଇନା …
ଯିଏ
ଚିହ୍ନାଏ ନିଜକୁ ନିଜର
କରି ପରିପ୍ରକାଶ
ନିଜ ଅସ୍ତିତ୍ବର ।
ବ୍ୟକ୍ତ କରେ ସେ
ମନ ର କୋହକୁ,
ଝରି ପଡୁଥିବା
ଲୁହର ବେଦନା ,
ଅକୁହା ଶବ୍ଦର
ଭାବନା ଓ ଚେତନା,
ଆଉ ହଜି ଯାଇଥିବା
ସ୍ବପ୍ନ ମାନଙ୍କ
ଠିକଣା ।।

ଫ୍ଲୋରିଡ଼ା, ଆମେରିକା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.