ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ପଞ୍ଚାୟତର ନୂତନ ସରପଞ୍ଚ ଭାବେ ଡଲି ବେହେରା ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ବେହେରା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ମନୋରମା ମିଶ୍ରଙ୍କୁ ୯୭୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଏଥର ନିର୍ବାଚନରେ ରୁପ୍ରା ପଞ୍ଚାୟତରେ ତିନି ଜଣ ପ୍ରାର୍ଥୀନୀ ସରପଞ୍ଚ ଲଢେଇରେ ଅବତୀର୍ଣ୍ଣ ହୋଇଥିଲେ । ଡଲି ବେହେରା ୨୦୩୫ ଖଣ୍ଡ ଭୋଟ ପାଇ ପ୍ରଥମ ସ୍ଥାନରେ ଥିବାବେଳେ, ମନୋରମା ମିଶ୍ର ୧୦୬୨ ଖଣ୍ଡ ଭୋଟ ପାଇ ଦ୍ବିତୀୟ ଓ ନିରୁପମା ସାହୁ ୧୯୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ଡଲି ବେହେରାଙ୍କୁ ରୁପ୍ରା ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ହୋଇଥିବା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ।