ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି: ଚତୁର୍ଥ ରାଉଣ୍ଡ ସୁଦ୍ଧା ନର୍ଲା-୨ ରେ ବିଜେଡି ଆଗୁଆ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି । ଆଜି (ରବିବାର) ନର୍ଲା ବ୍ଲକ୍ ଅଧିନସ୍ଥ ନଂ-୨ ଜିଲ୍ଲା ପରିଷଦ ଜୋନରେ ରହିଥିବା ୧୦ ଗୋଟି ଗ୍ରାମ ପଞ୍ଚାୟତର ୧୧୫ ଗୋଟି ବୁଥର ଭୋଟ ଗଣତି ଚାଲିଛି । ଧାର୍ଯ୍ୟ ସମୟ ଅନୁଯାୟୀ ସକାଳ ୮ ଘଣ୍ଟାରୁ ଆରମ୍ଭ ହୋଇଛି  ଭୋଟ ଗଣତି । ଏଥିପାଇଁ ନର୍ଲା ବ୍ଲକ୍ ନିର୍ବାଚନ ଅଧିକାରୀ ନର୍ଲା ବିଡିଓ ମାନସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ୧୦ ଗୋଟି ଗ୍ରାମ ପଞ୍ଚାୟତ ପାଇଁ ୧୦ ଗୋଟି ଟେବୁଲର ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି ପ୍ରକ୍ରୀୟାର ପ୍ରତି ରାଉଣ୍ଡରେ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଫଳାଫଳ ଘୋଷଣା ଅନବରତ ଚାଲିଛି । ପ୍ରଥମ, ଦ୍ବିତୀୟ ଓ ତୃତୀୟ ଓ ଚତୁର୍ଥ ରାଉଣ୍ଡ ଭୋଟ ଗଣତି ଦିବା ୧.୪୦ ସୁଦ୍ଧା ବିଜେଡି ପ୍ରାର୍ଥୀ ଆଗୁଆ ରହିଥିବା ଜଣାପଡ଼ିଛି । ନର୍ଲା ବ୍ଲକ ପରିସରରେ ନିର୍ବାଚନ ଫଳାଫଳ ଜାଣିବା ଉତ୍ସୁକତା ନେଇ ଜନ ସାଧାରଣ ଓ ପ୍ରାର୍ଥୀ ମାନଙ୍କ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଛି । ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ୨୦୬୫, ବିଜେଡି ୩୮୦୨, କଂଗ୍ରେସ ୨୪୪୫ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ବେଶ ଆଗୁଆ ରହିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.