ଦୁର୍ଗାପ୍ରସାଦ ମହାନ୍ତି ତୁଲାପଡା ସମିତି ସଭ୍ୟ ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ତୁଲାପଡା ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ଦୁର୍ଗାପ୍ରସାଦ ମହାନ୍ତି । ୨୦୧୭ ପଞ୍ଚାୟତ ନିର୍ବାଚନରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଶ୍ରୀଯୁକ୍ତ ମହାନ୍ତି ଏଥର ମଧ୍ୟ ନିଜ ଲୋକପ୍ରିୟତାର ପ୍ରମାଣ ଦେଖାଇଛନ୍ତି । ତୁଲାପଡା ଗ୍ରାମ ପଞ୍ଚାୟତର ମତଦାତା ତାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିଛନ୍ତି । ଦୁର୍ଗାପ୍ରସାଦ ମହାନ୍ତି (ମୁନ୍ନା) ୧୯୨୨ ଖଣ୍ଡ ଭୋଟ ପାଇଥିବାବେଳେ ମନ୍ମୟ ଚାନ୍ଦ (ଜିତୁ) ୧୦୨୦ ଖଣ୍ଡ ଭୋଟ ପାଇଛନ୍ତି । ଶ୍ରୀଯୁକ୍ତ ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମନ୍ମୟ ଚାନ୍ଦଙ୍କୁ ୯୦୨ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି । ଏହାସହ ଦୁର୍ଗାପ୍ରସାଦଙ୍କ ଧର୍ମପତ୍ନୀ ତଥା ବର୍ତ୍ତମାନ ନର୍ଲା ବ୍ଲକ ଅଧ୍ୟକ୍ଷା ରହିଥିବା ମନୋରମା ମହାନ୍ତି ମଧ୍ୟ କର୍ମେଗାଁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.