କର୍ଲାମୁଣ୍ଡା ୨ନଂ ଜୋନର ଚୁଡାନ୍ତ ଫଳାଫଳ ଘୋଷିତ

● ବହୁ ହେଭିୱେଟ ପରାସ୍ତ, ନବାଗତଙ୍କ ଅଦ୍ଭୁଦୟ

● ଭାଇ ଭଉଣୀ ଦୁହେଁ ହାରିଲେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ୨ନଂ ଜୋନର ସମସ୍ତ ୱାର୍ଡ ମେମ୍ବର, ସରପଂଚ, ସମିତି ସଭ୍ୟ ନିର୍ବାଚନର ଚୁଡାନ୍ତ ଫଳାଫଳ ଘୋଷଣା ହୋଇଛି । ଏଥିରେ ମଧ୍ୟ ଏକ ନମ୍ବର ଜୋନ ପରି ବହୁ ପ୍ରଭାବଶାଳୀ ବ୍ୟକ୍ତି ପରାସ୍ତ ହୋଇଥିବା ବେଳେ ନବାଗତଙ୍କ ଅଭ୍ୟୁଦୟ ଘଟିଛି । ବିଶେଷ କରି ଦୁଇ ଭାଇ ଭଉଣୀ ନିର୍ବାଚନ ଲଢି ପରାସ୍ତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଭାଇ ବାବୁଲାଲ ସାହୁ ଏସ୍‌.ମାଲପଡା ସରପଂଚ ପାଇଁ ଲଢୁଥିଲେ ଓ ତାଙ୍କ ଭଉଣୀ ସଂଯୁକ୍ତା ସାହୁ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଥିଲେ ମଧ୍ୟ ବିଜେଡି ସବୁଠି ବାଜିମାତ କରୁଥିବା ବେଳେ ଏଠାରେ ତୃତୀୟ ସ୍ଥାନରେ ରହିଛି । ସେହିଭଳି ଭାବରେ ସଂଯୁକ୍ତାଙ୍କ ଭାଇ ବାବୁଲାଲ ମଧ୍ୟ ଅଳ୍ପ ଭୋଟ ବ୍ୟବଧାନରେ ସରପଂଚ ପଦବୀ ହରାଇଲେ । ସଂଯୁକ୍ତା ଏସ୍‌.ମାଲପଡାର ବିଦାୟୀ ସରପଂଚ ଥିଲେ । ସେହିପରି ବୋରପଦର ପଂଚାୟତର ବିଦାୟୀ ସରପଂଚ ମାଧବ ସାହୁ ଏଥର ପୁନଃ ଲଢି ପରାସ୍ତ ହୋଇଛନ୍ତି । ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଓ ସରପଂଚ ହେମନ୍ତ ଦାସଙ୍କ ପତ୍ନୀ ଡେଜିରାଣୀ ଦାସ ଓ ରେଗେଡାର ପୂର୍ବତନ ସରପଂଚ ଓ ସମିତି ସଭ୍ୟ ରବିଚନ୍ଦ୍ର ନାଗଙ୍କ ପତ୍ନୀ ରିତୁରାଣୀ ନାଗ ଯଥାକ୍ରମେ ଯୋରାଡବରା ଓ ରେଗେଡାର ସରପଂଚ ଭାବେ ଲଢି ପରାସ୍ତ ହୋଇଛନ୍ତି । ଜିଲ୍ଲା ବିଜେପି ଅନୁସୂଚିତ ମୋର୍ଚ୍ଚା ସଭାପତି ଗଣେଶ୍ୱର କୁମାର ମଧ୍ୟ ରିଂଜା ସରପଂଚ ପାଇଁ ଲଢି ପରାସ୍ତ ହୋଇଛନ୍ତି । ତେବେ ରେଗେଡାର ବିଦାୟୀ ସରପଂଚ ସୁଶାନ୍ତ ପରିଡାଙ୍କ ପତ୍ନୀ ଦିପ୍ତିମୟୀ ସାହୁ ବିଜୟ ହୋଇଛନ୍ତି । ଏଥର ନିର୍ବାଚନରେ ଅର୍ଥ କେଉଁଠି ବାଜିମାତ କରିଛି ତ କେଉଁଠି ବ୍ୟକ୍ତିତ୍ୱର ବି ସଫଳତା ମିଳିଛି । ରିଂଜା ପରି ପଂଚାୟତରେ ଜଣେ ପ୍ରଭାବଶାଳୀଙ୍କୁ ହରାଇ ଏହି ପ୍ରମାଣ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.