ବାଇକ ଦୁର୍ଘଟଣାରେ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ରିଷିଡା-ଅବୁଜବାହାଲ ରାସ୍ତାର ଭାଲୁଡୁଙ୍ଗୁରି ନିକଟରେ ଏକ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ଆଧାରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଦିଗୁଣମାଲ ଗ୍ରାମର ବବଲୁ ପଧାନ ଓ ଇନ୍ଦ୍ରଜିତ ବାଗ କୌଣସି କାମରେ ରିଷିଡା ପଟକୁ ଆସିଥିଲେ । ସେମାନେ ଏକ ବାଇକ ହିରୋ ହୋଣ୍ଡାରେ ଫେରୁଥିବା ବେଳେ ଅବୁଜବାହାଲ ବୁଲାଣିରେ ହଠାତ ଭାରସାମ୍ୟ ହରାଇ ଛିଟିକି ପଡ଼ିଥିଲେ । ପଛରେ ବସିଥିବା ଇନ୍ଦ୍ରଜିତ ବାଗ (୧୯)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ବାଇକ ଚାଳକ ବବଲୁ ପଧାନ (୨୬)ଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ସ୍ଥାନାନ୍ତରିତ କରାଯାଇଛି । ରିଷିଡା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝୀ ଘଟନାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମ. ରାମପୁର ପଠାଇ ଏକ ଅପମୃତୁ ମାମଲା ରୁଜୁ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.