ବରିଷ୍ଠ ଆଚାର୍ଯ୍ୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗର ବରିଷ୍ଠ ଆଚାର୍ଯ୍ୟ ତେଜରାମ ମାଝୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମିତିର ସମ୍ପାଦକ ଅଭୟ କୁମାର ଦେବତା, ଯୁଗ୍ମ ସମ୍ପାଦକ ନିଳମଣି ସିଂ, କୋଷାଧ୍ୟକ୍ଷ ସଞ୍ଜୀବ ମାଝୀ, ଉପଦେଷ୍ଟା ରାମ ଅବତାର ଅଗ୍ରୱାଲ, ପ୍ରଧାନ ଆଚାର୍ଯ୍ୟ ପ୍ରବୀଣ ବେହେରା ତଥା ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଉକ୍ତ ସଭାକୁ ଗୁରୁଜୀ ସନ୍ତୋଷ କୁମାର ମିଶ୍ର ପରିଚାଳନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ବରିଷ୍ଠ ଆଚାର୍ଯ୍ୟ ତେଜରାମ ମାଝୀ ଦୀର୍ଘ ୩୫ ବର୍ଷ କାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗାକୁ ସେବାଦେଇ ଆସୁଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.