କପଡା ଦୋକାନରୁ ଲକ୍ଷାଧିକ ଟଙ୍କାର କପଡା ଚୋରୀ ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ପୁଟିଗାଁ ଚିନାବାଡୀ ଠାରେ ଥିବା ମା ତ୍ରିପୁରା କ୍ଲଥ ଷ୍ଟୋରରୁ ଚୋରି ହୋଇଥିବା ଜଣାପଡିଛି । ମଙ୍ଗଳବାର ରାତ୍ରିରେ ଦୁର୍ବୁର୍ତ୍ତମାନେ ସଟର ଲକକୁ କାଟି ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଦାମୀକିଆ ଲୁଗାପଟା ନେଇଯାଇଥିବା ଦୋକାନ ମାଲିକ ଜଗବନ୍ଧୁ ସାହୁ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ମ. ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପଧାନ, ଫାଣ୍ଡି ଅଧିକାରୀ କୃତିବାସ ପୁଝାରୀ ଓ ଟିମ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସାହାଯ୍ୟ ରେ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.