ଫଗୁଣରେ ଫଗୁଣ ତୁ ଦେଇଛୁ
ମୋ ମନେ ପ୍ରେମର ରଙ୍ଗ
ଭୁଲି ନ ଯିବୁ ହେଉଛି ମୁଁ ନେହୁଁରା
ସାଥିରେ ରହିବୁ ମୋ ସଙ୍ଗ ।।
ତୁମେ ଥିଲେ ପାଶେ ଲାଗେ ଭାରି
ଅସୁମାରୀ ପ୍ରେମ ଆସେ ମାଡି
ଲାଗେ ସତ ସବୁ ପାଶେ ଥିଲେ ମୋ
ପ୍ରେମର ଫଗୁଣ ଦେଉଛ ଅଜାଡି ।।
ଆସିଛି ଯେ ଆଜି ପ୍ରେମର ଫଗୁଣ
ନିଶ୍ଚେ ବରଷିବ ମଧୁ
ପ୍ରୀତିର ଫଗୁଣ ଆଣିଛି ଆଜି ଅବିର
ଆସିବ ତୁମେ ସାଜି ନୂଆ ବୋଧୂ ।।
ଆଖିରେ ଭରିଛ ମୋ ପ୍ରେମ ସପନ
ନିଦକୁ କଲ ମୋ ଚୋରାଇ
ମାଗି ଯେ ନେଲ ହୃଦକୁ ମୋ ଦେଇ
ହୃଦ ତୁମ ପ୍ରେମ ଖେଳାଇ ।।
ହେଲେ କାହିଁ ଯେ ହୃଦେ ମୋ ଏତେ
ଶ୍ରାବଣ ପଡେ ଏତେ ଝରି
ତୁମ ପ୍ରେମ ଫଗୁଣେ ରାତି ସରେ ମୋ
ଭାବେ ଯାଉଛି ମୁଁ ମରି ।।