ନର୍ଲା ବ୍ଲକର ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଦସ୍ୟ

ବିଜୟୀ ପ୍ରାର୍ଥୀ ମାନଙ୍କର ଚାଲିଛି ବିଜୟ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ତ୍ରୀ-ସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିଯାଇଛି । ଫଳାଫଳ ମଧ୍ୟ ପ୍ରକାଶ ପାଇ ପ୍ରତିନିଧି ମାନେ ନିର୍ବାଚିତ ଘୋଷିତ ହୋଇ ସାରିଛନ୍ତି । ଆସନ୍ତା ମାର୍ଚ୍ଚ ୧୨ ରେ ନାଏବ ସରପଞ୍ଚ ନିର୍ବାଚନ ସବୁ ସରିଲା ପରେ ନବ ନିର୍ବାଚିତ ସରପଞ୍ଚମାନେ ନିଜ ନିଜ ଗ୍ରାମ ପଞ୍ଚାୟତ ଗୁଡିକର ଦାଇତ୍ୱ ଗ୍ରହଣ କରିବେ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ରହିଛି ୨୬ ଗୋଟି ଗ୍ରାମ ପଞ୍ଚାୟତ ଓ ତିନିଗୋଟି ଜିଲ୍ଲା ପରିଷଦ ଜୋନ । ନର୍ଲା ବ୍ଲକ୍ର ରୁପ୍ରା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ଡଲି ବେହେରା ଓ ସମିତି ସଦସ୍ୟା ଭାବରେ ସସ୍ମୀତା ବିଶ୍ୱାଳ, ସେହିଭଳି ମୁସ୍କୁଟି ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଲତା ଭୋଇ ଓ ସମିତି ସଦସ୍ୟ ବୀରେନ୍ଦ୍ର ପାତ୍ର, ଭୀମକେଲାର ଜାନକୀ ଗଉଡ ଓ ସୁମିତ୍ରା ମାଝୀ, ପଲମର ହେମକିଶୋର ନାଗ ଓ ଭକ୍ତି ନାଗ, ଟକର୍ଲା ର ରାମଚନ୍ଦ୍ର ସାହୁ ଓ ବୁଇରାଣୀ ରାଉତ, ଘୋଡାବନ୍ଧ ର ରଶ୍ମୀତା ସାହୁ ଓ ସୁମନ୍ତ ପଧାନ, ଗିଗିନାର ସୁଧାମୟୀ କୁମାର ଓ ବନୀତା ନାଏକ, ସରିଆଁ ର ଓମପ୍ରକାଶ ଛତ୍ରୀଆ ଓ ଭାସ୍କର ଭୋଇ, ଶାନ୍ତପୁର ର ରିତିକା କୁମାର ଓ ଜୟ ମେହେର, ଭାନପୁର ର ଅନନ୍ତରାମ ମାଝୀ ଓ ତୁଳସା ମାଝୀ, ରୁପ୍ରାରୋଡର ହେମନ୍ତ ଭୋଇ ଓ ଦୀପାଞ୍ଜଳୀ ମାଝୀ, ରାକ୍ସୀର ଯେମନ୍ତ ପୋଢ ଓ ଚୁମନ ଭୋଇ, ବଡଧାରପୁର ର ପର୍ଶୁରାମ ହରପାଲ ଓ ଉପାସିନୀ ହରପାଲ, ନିଶାଣପୁର ର କୌଶଲ୍ୟା କରୁଆଁ ଓ ମଞ୍ଜୁଲତା ବାଗ, ଘଣ୍ଟମାଳର ଦେବେନ୍ଦ୍ର ସା ଓ ଅବନ୍ତି ଦଳେଇ, ଗାଡେବନ୍ଧ ର କବିତା ବାଗ ଓ ସୁଜାତା ସାହୁ, କର୍ମେଗାଁ ର ମନୋଜ ମହାନନ୍ଦ ଓ ମନୋରମା ମହାନ୍ତି, ଉଲିକୁପା ର ଦୀପାଞ୍ଜଳୀ ଶବର ଓ ନୀଳାନ୍ଦ୍ରୀ ସାହୁ, ନର୍ଲା ର ତନୁଜା ହରପାଲ ଓ ସୁଦାମ ଝାଙ୍କର, ଶେରଗଡ ର ରାହୁଲ ସାହୁ ଓ ସଞ୍ଜୀବ ବେହେରା, ସର୍ଗିଗୁଡାର ଦୀପାଞ୍ଜଳୀ ବୁଦ୍ଧିଆ ଓ ଚିରଞ୍ଜିବୀ ଗୌଡିଆ, ମାଣ୍ଡେଲ ର ପଦ୍ମଲୋଚନ ଜାଲ ଓ ସୀମନ୍ତିକା ଚାନ୍ଦ, ବାଲସିଙ୍ଗା ର ପୂଜା ସାରିନୋଭା ଓ ଧନୁର୍ଯ୍ୟ ବାହୁକ, ବାଗପୁର ର ଗୋପାଳ ହାତୀ ଓ କୁନୀ ମହାନନ୍ଦ, ତୁଳାପଡାର ମଲ୍ଲିହାର ପଧାନ ଓ ଦୁର୍ଗାପ୍ରସାଦ ମହାନ୍ତି, କୁର୍ମେଲ ର ସୁଭଦ୍ରା ମାଝୀ ଓ ନନ୍ଦିନୀ ମାଝୀ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ନର୍ଲାର ତିନିଗୋଟି ଜିଲ୍ଲା ପରିଷଦ ଜୋନ ରୁ ନର୍ଲା ଜିଲ୍ଲା ପରିଷଦ (ପଲମ) ଜୋନ ନଂ-୧ ରୁ ବିଜେଡି ପ୍ରାର୍ଥୀନୀ ନମ୍ରତା ସାହୁ , ଜୋନ ନଂ- ୨ (ସରିଆଁ) ଜୋନ ରୁ ବିଜେଡି ପ୍ରାର୍ଥୀ ହରିଶଙ୍କର ମାଝୀ ଓ ନର୍ଲା ଜିଲ୍ଲା ପରିଷଦ ଜୋନ ନଂ- ୩ (ନର୍ଲା) ରୁ ବିଜେଡି ପ୍ରାର୍ଥୀନୀ ଲିଲି ଦୀପ ନିର୍ବାଚିତ ହୋଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.