ଉର୍ମିଳା ଯାନୀ ଦେପୁର ସରପଞ୍ଚ ନିର୍ବାଚିତ

ସମର୍ଥକଙ୍କ ଗହଣରେ ମନାଇଲେ ବିଜୟ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ବ୍ଲକ ଦେପୁର ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି ଉର୍ମିଳା ଜାନୀ । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ନିବେଦିତା ପ୍ରଧାନଙ୍କୁ ୬୮୭ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିବା ଜଣାପଡିଛି । ଶ୍ରୀମତୀ ଯାନୀ ୧୬୫୦ ଭୋଟ ପାଇଥିବାବେଳେ ନିବେଦିତା ପ୍ରଧାନ ୯୬୩ ଖଣ୍ଡ ଭୋଟ ପାଇଛନ୍ତି । ଉର୍ମିଳା ନିଜର ବିଜୟର ଶ୍ରେୟ ଦେପୁର ଗ୍ରାମ ପଞ୍ଚାୟତବାସୀଙ୍କୁ ଦେବାସହ ବିଜୟ ଉତ୍ସବ ମନାଇଛନ୍ତି । ଶ୍ରୀମତୀ ଜାନୀ ନିଜ ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଦେପୁର ବଡପଡା, ସୋହାଗପୁର, ଦେପୁର ଛକ, ଛତିକୁଡା, ଉପର ଛତିକୁଡା, ଖଇରମାଲ, ସିନାଙ୍ଗଭଟା, ଡ଼ଙ୍ଗରୀଗୁଡା ଆଦି ଗ୍ରାମରେ ପହଞ୍ଚିଥିଲେ । ଗ୍ରାମବାସୀମାନେ ନୂତନ ସରପଞ୍ଚ ଉର୍ମିଳା ଜାନୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରୁଥିବା ଦେଖାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.