ଆସନ୍ତା ମାର୍ଚ୍ଚ ୨୬ରେ ହେବ ରାୟଗଡା ଓକିଲ ସଂଘର ନିର୍ବାଚନ

ସଭାପତି ପାଇଁ ମହେଶ ପଟ୍ଟନାୟକ ଓ କୋଷାଧ୍ୟକ୍ଷରେ ମାନସ ରଂଜନଙ୍କ ପ୍ରାର୍ଥୀପତ୍ର ଦାଖଲ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆସନ୍ତା ମାର୍ଚ୍ଚ ୨୬ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ରାୟଗଡା ଓକିଲ ସଂଘର ନିର୍ବାଚନ । ଏଥି ନିମନ୍ତେ ମାର୍ଚ୍ଚ ୫ତାରିଖ ଠାରୁ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଅନୁଷ୍ଠିତ ହେବା ପରେ ଆସନ୍ତା ମାର୍ଚ୍ଚ ୯ତାରିଖରେ ପ୍ରାର୍ଥୀପତ୍ର ଯାଂଚ ଏବଂ ମାର୍ଚ୍ଚ ୨୬ରେ ନିର୍ବାଚନ କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛି । ଆଜି ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନରେ ରାୟଗଡା ଓକିଲ ସଂଘର ନିର୍ବାଚନ ନିମନ୍ତେ ବିଧିବଦ୍ଧ ଭାବେ ସଭାପତି ପଦବୀ ପାଇଁ ଓକିଲ ମହେଶ ପଟ୍ଟନାୟକ ଏବଂ କୋଷାଧ୍ୟକ୍ଷ ପଦବୀ ନିମନ୍ତେ ଓକିଲ ମାନସ ରଂଜନ ରଥ ଓକିଲ ସଂଘର ନିର୍ବାଚନ ଅଧିକାରୀ ଜଗଦୀଶ ପଣ୍ଡାଙ୍କ ଠାରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ସହ ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ୱାଇ. ଶ୍ରୀହରି ରାଓ, ସୁନୀଲ କୁମାର ନାୟକ, ଅରୁଣ କୁମାର ପାଣିଗ୍ରାହୀଙ୍କ ସମେତ ଅନ୍ୟ ଓକିଲମାନେ ଉପସ୍ଥିତ ଥିଲେ ବୋଲି ଓକିଲ ଲାବଣ୍ୟମୋହନ ପଟ୍ଟନାୟକ ଜଣାଇଛନ୍ତି । ପ୍ରକାଶ ଥାଉକି ଏଥିପୂର୍ବରୁ ରାୟଗଡା ଓକିଲ ସଂଘର ସଭାପତି ଭାବେ ଭି.ଏସ. ରାଜୁ, ଉପସଭାପତି ରବି ମହାପାତ୍ର, ସଂପାଦକ ଭାବେ ଜଗନ୍ନାଥ ଦୋରା, କୋଷାଧ୍ୟକ୍ଷ ଭାବେ ମାନସ ରଂଜନ ରଥ, ଯୁଗ୍ମ ସଂପାଦକ ଭାବେ ଗିରି ରାଓ ପ୍ରମୁଖ ନିଜ ଦାୟିତ୍ୱ ତୁଲାଇ ଆସିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.