ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିର ଅତିଥି ଭବନ ପରିସରରେ ଶାଳବଣ ସାହିତ୍ୟ ସଂସଦ ଆନୁକୁଲ୍ୟରେ ମହାବିଷୁବ ମିଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଡ଼ଃ. ମଧୁସୂଦନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ରବୀନ୍ଦ୍ର ନାଥ ରଥ, କୁରେଇ ର ମୁଖ୍ୟ ସମ୍ପାଦକ ଡଃ. ବିଭୂତିଭୂଷଣ ଆଚାର୍ଯ୍ୟ, ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ରକୁମାର ପଣ୍ଡା, ବିଶ୍ଵଜିତ ଜେନା, ଜୟହର ମହାନ୍ତି, ଡ଼ଃ. ବିଶ୍ଵେଶ୍ଵର ଆଚାର୍ଯ୍ୟ, ଉପ ସଭାପତି ପ୍ରହ୍ଲାଦପ୍ରସାଦ ଲେଙ୍କା, ଶରତଚନ୍ଦ୍ର ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ ।