ଅଜଣା ଗାଡି ଧକ୍କାରେ କାର୍ ଚୁରମାର, ଅଳ୍ପକେ ବର୍ତ୍ତିଲେ ସାମ୍ବାଦିକ କୈଳାସ ସାହୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ସନ୍ଧ୍ୟାରେ ନିଜ କର୍ମକ୍ଷେତ୍ର ଲାଞ୍ଜିଗଡରୁ ଭବାନୀପାଟଣାକୁ ଯାଉଥିବାବେଳେ ମେଦିନୀପୁର ଛକ ନିକଟରେ ସାମ୍ନା ପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଧକ୍କାରେ ନକ୍ଷତ୍ର ନ୍ୟୁଜ ପ୍ରତିନିଧି କୈଳାସ ସାହୁଙ୍କ ମାରୁତି ଏକ୍ସପ୍ରେସୋ ଗାଡି ସାମ୍ନାପଟ ଚୁରମାର ହୋଇଯାଇଛି । ଏହି ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ, ଟ୍ରକ ଧକ୍କାରେ କାରଟି ଶହେ ମିଟର ପଛକୁ ଘୋଷାଡି ହୋଇଯାଇଥିଲା । ଏଥିରେ କାରର ସାମ୍ନା ପଟ ଚୂରମାର ହୋଇଯାଇଥିବାବେଳେ ଶ୍ରୀ ସାହୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ଘଟାଇ ଟ୍ରକଟି ପଳାଇ ଯାଇଥିବାବେଳେ ସ୍ଥାନୀୟ ଲୋକଙ୍କ ସହଯୋଗରେ ସେ ଘରକୁ ଯାଇଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.