ରିଷିଡା ସରପଞ୍ଚ ଭାବେ ଦାୟିତ୍ଵ ଗ୍ରହଣ କଲେ ସେବତୀ ରଣା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଗୁରୁତ୍ୱପୂର୍ଣ୍ଣ ପଂଚାୟତ ହେଉଛି ରିଷିଡା । ଏହି ପଂଚାୟତର ନବନିର୍ବାଚିତ ସରପଞ୍ଚ ସେବତୀ ରଣା ଆଜି ଆନୁଷ୍ଠାନିକ ଭାବେ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ପଂଚାୟତ ଓ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସେ ରିଷିଡା ପଂଚାୟତର ସାମଗ୍ରିକ ବିକାଶ କରିବେ ବୋଲି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ସେ ଏକ ପ୍ରତିଷ୍ଠିତ ରାଜନୈତିକ ପରିବାରରୁ ଆସିଛନ୍ତି । ତାଙ୍କ ବାପା ମହୀଧର ରଣା ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବିଧାୟକ ଅଛନ୍ତି । ପ୍ରଥମ ଥର ରାଜନୈତିକ ମୈଦାନକୁ ପ୍ରବେଶ କରି ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ସେବତୀ ବାପାଙ୍କ ପଦାଙ୍କ ଅନୁସରଣ କରି ଜନସେବା କରିବା ପାଇଁ ଆଗଭର ହୋଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.