ଇମ୍ଫାରେ ୫୧ତମ ରାଷ୍ଟ୍ରିୟ ସୁରକ୍ଷା ସପ୍ତାହ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା କୋଲନରା ବ୍ଳକ ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିଷରରେ ଗତ ୪ତାରିଖ ଠାରୁ ଆରମ୍ଭ ହୋଇଥିବା ୫୧ତମ ରାଷ୍ଟ୍ରିୟ ସୁରକ୍ଷା ସପ୍ତାହ ୧୦ ତାରିଖରେ ଉଦଯାପିତ ହୋଇଯାଇଛି । ଇମ୍ଫା ଥେରୁବାଲିର ଉପ-ସଭାପତି ଓ କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀମାନ କେ ଭି ରାଓଙ୍କ ତତ୍ତ୍ବାବଧାନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ଯକ୍ରମକୁ ଶ୍ରୀମାନ ରଞୀିତ କୁମାର ନାୟକ ସହକାରୀ ନିର୍ଦ୍ଦେଶକ (ବାଷ୍ପୀୟ ଓ କାରଖାନା ), ରାୟଗଡ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ସୁରକ୍ଷା ବିଭାଗର ବରିଷ୍ଠ ପରିଚାଳକ ଶ୍ରୀମାନ ରାମକୃଷ୍ଣ ତ୍ରୀପାଠୀ ଇଂରାଜୀ, ଉତ୍ପାଦନ ବିଭାଗର ଶ୍ରୀମାନ ମଦନ ମହାନ୍ତି ଓଡିଆରେ ଓ ବିଦ୍ଯୁତ ବିଭାଗର ଶ୍ରୀମାନ ରାଜେନ୍ଦ୍ର ସାହୁ ହିନ୍ଦୀରେ ଉପସ୍ଥିତ ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସୁରକ୍ଷା ସପଥ ପାଠ କରାଇଥିଲେ । ଏହି ପରିପ୍ରେକ୍ଷିରେ ଇମ୍ଫାର ଉପ-ସଭାପତି (ନିର୍ମାଣ ଓ କାର୍ଯ୍ଯକାରୀ ନିର୍ବାହୀ) ଶ୍ରୀମାନ କେ ଭେଙ୍କେଟଶ୍ବର ରାଓ , ସାମାନ୍ଯରୁ ସାମାନ୍ଯତମ ବିପଦ ସଙ୍କୁଳ ଘଟଣା ଓ ପରିସ୍ଥିତି ବିଷୟରେ ଦୃଷ୍ଟି ଦେଲେ ଏକ ଉନ୍ନତ ମାନର ସୁରକ୍ଷା ସଂସ୍କୃତିର ଉଦ୍ରେକ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ଇମ୍ଫା ତରଫରୁ ନିଆ ଯାଉଥିବା ବିଭିନ୍ନ ପ୍ରକାର ସୁରକ୍ଷା ଅନୁକୂଳ. ପଦକ୍ଷେପ ଓ ସଚେତନତା ଯୋଗୁଁଁ ଛୋଟରୁ ଛୋଟ ଦୁର୍ଘଟଣାକୁ ମଧ୍ଯ ରୋକାଯାଇପାରିଛି । ଏହି ସବୁ ପଦକ୍ଷେପ ଯୋଗୁଁ ଆଗାମି ଦିନରେ ଇମ୍ଫା ଶୂନ୍ଯ ଦୁର୍ଘଟଣା ହାସଲର ଲକ୍ଷକୁ ପୁରଣ କରିପାରିବ ବୋଲି ମୁଖ୍ଯ ଅତିଥି ପ୍ରକାଶ କରିବା ସହ ଶ୍ରମିକ ଓ କର୍ମଚାରୀ ମାନଙ୍କୁ ଶୁଭେତ୍ସା ଓ ଧନ୍ଯବାଦ ଜଣାଇ ଥିଲେ ।

ଚଳିତ ବର୍ଷର ବିଷୟବସ୍ତୁ “ସୁରକ୍ଷା ସଂସ୍କୃତିର ବିକାଶ ହେତୁ ଯୁବ ବର୍ଗକୁ ପ୍ରୋତ୍ସାହିତ କରନ୍ତୁ ” ପ୍ରତି ଦୃଷ୍ଟି ଦେଇ ନୁଆରେ ପ୍ରବେଶ କରୁଥିବା ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସୁରକ୍ଷା ଅଭ୍ଯାସ ଗୁଡିକୁ ପାଳନ କଲେ ଆଗାମୀ ଦିନରେ ସେମାନେ ସୁରକ୍ଷା ନେତୃତ୍ବ ନେବା ସହିତ ନିଜର ତଥା ନିଜ ପରିବାରକୁ ସୁରକ୍ଷିତ ରଖିବା ସହିତ କାରଖାନାରେ ସମ୍ପତ୍ତି ହାନିକୁ ରୋକୀ ପାରିବେ । ସପ୍ତାହବ୍ଯାପୀ ପାଳନ କରାଯାଇଥିବା ରାଷ୍ଟ୍ରୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ଶ୍ରମିକ ଓ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ସଚେତନତା ଓ ତାଲିମ କାର୍ଯ୍ଯକ୍ରମ ତଥା ସଡକ ସୁରକ୍ଷା, ବିଦ୍ବ୍ଯତ୍ ସୁରକ୍ଷା, ଅଗ୍ନିକାଣ୍ଡ ଓ ନିର୍ବାପନ ସମ୍ବନ୍ଧୀୟ ସୁରକ୍ଷା କାର୍ଯ୍ଯକ୍ରମ କରା ଯାଇଥିଲା । ଉଦଯାପିତ ଦିବସ ଅବସରରେ କାରଖାନା ପରିଶରରେ ଅଗ୍ନି ଜନିତ ଦୁର୍ଘଟଣା ଓ ତାର ନିରାକରଣ ପ୍ରସ୍ତୁତିର ପୂର୍ବାଭାଷ ଜନିତ ଏକ କାର୍ଯ୍ଯକ୍ରମ ଆୟୋଜନ କରା ଯାଇଥିଲା । ଏହି କାର୍ଯ୍ଯକ୍ରମରେ ଶ୍ରୀମାନ ସ୍ବରୂପ କୁମାର ଜେନା ଉପ- ନିର୍ଦ୍ଦେଶକ (ବଷ୍ପୀୟ ଓ କାରଖାନା ) ମୁଖ୍ଯ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଶ୍ରୀମାନ ରଞୀିତ କୁମାର ନାୟକ, ସହକାରୀ ନିର୍ଦ୍ଦେଶକ (ବାଷ୍ପୀୟ ଓ କାରଖାନା), ଶ୍ରୀମାନ ସଂଗ୍ରାମ ହାଂସଦା, ଜିଲ୍ଲା ଅଗ୍ନି ଶ୍ରମ ଅଧିକାରୀ ଏବଂ ଥେରୁବାଲି ଫାଣ୍ଡିର ସହକାରୀ ଅଧିକାରୀ ଶ୍ରୀମାନ ଟଙ୍କଧର ନାୟକ ପ୍ରମୁଖ ଅତିଥି ରୁପେ ଯୋଗ ଦେଇଥିଲେ । ଶ୍ରୀ ଅଶ୍ବୀନି କୁମାର ପୃଷ୍ଟି ବରିଷ୍ଠ ପରିଚାଳକ ଉତ୍ପାଦନ ବିଭାଗ, ଉତ୍ପାଦନ ପ୍ରଣାଳୀ ଓ ଏଥି ସହ ସଲଗ୍ନ ହୋଇଥିବା ବିପଦ ସଂକୁଳ ସ୍ଥାନ ବିଷୟରେ ଉପସ୍ଥିତ କର୍ମଚାରୀଙ୍କୁ ସଚେତନ କରାଇଥିଲେ । ଆୟୋଜିତ ହୋଇଥିବା ଏହି ମକି ଡ୍ରିଲଟି ପ୍ରତ୍ଯେକ ବିଭାଗ ନିଜ ଭିତରେ ତାଳମେଳ ରଖି ସଠିକ୍ ଭାବରେ ପରିଚାଳିତ ହୋଇଥିବାରୁ ଉପସ୍ଥିତ ଅଧିକାରୀ ଗଣ ଇମ୍ଫାର ସମସ୍ତ କର୍ମଚାରୀଙ୍କୁ ଭୃୟଶିଂ ପ୍ରଶଂସା କରିଥିଲ । ଏବଂ ସବୁବେଳ ଏପରି ଅଭ୍ଯାସ ଜାରି ରଖିବା ପାଇଁ ଉପଦେଷ ଦେଇଥିଲେ ।

ଏହି ଅବସରରେ ବିଭିନ୍ନ ଶ୍ରେଣିର କର୍ମଚାରୀମାନଙ୍କ ପାଇଁ ସପ୍ତାହ ବ୍ଯାପି ଆୟୋଜିତ ହୋଇଥିବା ସୁରକ୍ଷା ସମ୍ବନ୍ଧୀୟ ପ୍ରତିଯୋଗିତାରେ କୃତକାର୍ଯ୍ଯ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଉପସ୍ଥିତ ଅତିଥିଗଣ ପୁରସ୍କାର ବିତରଣ କରିଥିଲେ । ଶ୍ରୀମାନ ଆଶିଷ କୁମାର ରଏ, ଉପ-ସଭାପତି (ନିର୍ମାଣ) କାର୍ଯ୍ଯକ୍ରମରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପରି ଶେସରେ ଶ୍ରୀ କଲୋଲ କୁମାର ନାୟକ ଉପ-ମହାପ୍ରବନ୍ଧକ ମାନବ ସମ୍ବଳ ଓ ପ୍ରଶାସନ କାର୍ଯ୍ଯ କ୍ରମଟି ସଫଳ ରୂପରେ ଆୟୋଜିତ ହୋଇଥିବାରୁ ସମସ୍ତଙ୍କୁ ଧନ୍ଯବାଦ ଜ୍ଞାପନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.