ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ଓଡ଼ିଆ ଭାଷା ପାଇଁ ଚରମ ଅବହେଳା

ଓଡ଼ିଆ ବାର୍ତ୍ତା/ କାଶିପୁର (ଆଲାରାମ ଭତ୍ରା): ରାୟଗଡ଼ ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଉଷାପଡ଼ା ସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ସି.ବି.ଏସ୍.ଇ. ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଟର୍ମ ୱାନ୍ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ଓଡ଼ିଆ ଭାଷା ର ପ୍ରଶ୍ନପତ୍ର ଅନଭିଜ୍ଞ ଲୋକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲେ ହେଁ ଯେଉଁଥିରେ କି ପ୍ରାୟ ୧୧(ଏଗାର) ଟି ପ୍ରଶ୍ନର ଉତ୍ତର ଉତ୍ତରପତ୍ରରେ ଭୁଲ୍ ଥିଲା, ଏ ବିଷୟରେ ସି.ବି.ଏସ୍.ଇ. କର୍ତ୍ତୁପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ତା’ର କୌଣସି ପୁନର୍ବିଚାର କରାଯାଇନାହିଁ । ଯେଉଁଥି ପାଇଁ କି ନିରୀହ ଛାତ୍ରଛାତ୍ରୀମାନେ ମାନସିକ ଚାପର ବଶବର୍ତ୍ତୀ ହୋଇଛନ୍ତି । ଏହି ବିଷୟରେ ସି.ବି.ଏସ୍.ଇ. କର୍ତ୍ତୁପକ୍ଷ ଯଥାଶୀଘ୍ର ଆଶାନୁରୂପ ପଦକ୍ଷେପ ନେଲେ ପିଲାମାନଙ୍କ ପାଇଁ ଭଲ ହେବ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି । ଓଡିଆ ଭାଷା ପ୍ରତି ଏପରି ଚରମ ଅବହେଳା ଓ ବୈମାତୃକ ମନୋଭାବ ପୋଷଣ କରୁଥିବା ସିବିଏସଇ ଆଞ୍ଚଳିକ ଅଧିକାରୀଙ୍କ ବିରୋଧରେ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରି ନ୍ଯାୟାଳୟ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବା ନିମନ୍ତେ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଏକ ଲିଖିତ ଅଭିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.