ମନ୍ଦାକିନୀ ସିଂହଦେଓ ମ.ରାମପୁର ବ୍ଲକ ଅଧ୍ୟକ୍ଷା ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ସମସ୍ତ କଳ୍ପନାଜଳ୍ପନାର ଅନ୍ତଘଟାଇ ମ.ରାମପୁର ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ମନ୍ଦାକିନୀ ସିଂହଦେଓ । ଆଜି ନାମାଙ୍କନ ଦାଖଲ ପରେ ନିର୍ବାଚନ ହେଇଥିଲା ଏବଂ ଦୁଇଜଣ ପ୍ରାର୍ଥୀନୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ନିର୍ବାଚନ ପରେ ମନ୍ଦାକିନୀଙ୍କୁ ୧୪ଗୋଟି ଭୋଟ ମିିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ରହିଥିବା ମୁଡ଼ିଙ୍ଗ ଗ୍ରାମ ପଞ୍ଚାୟତର ସମିତିସଭ୍ୟା ବାଳମତି ମାଝୀ ମାତ୍ର ୫ଖଣ୍ଡ ଭୋଟ ପାଇଥିଲେ । ଏହି ବ୍ଳକର ଡ଼ୁଡ଼ୁକାରଞ୍ଜା ଗ୍ରାମ ପଞ୍ଚାୟତରୁ ସମିତିସଭ୍ୟ ଭାବରେ ନିର୍ବାଚନ ଜିତି ମନ୍ଦାକିନୀ ସିଂହଦେଓ ଅଧ୍ୟକ୍ଷ ପାଇଁ ଆଶାୟୀ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗଣତି ପରେ ପରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ରାଜ୍ୟସଭା ସାଂସଦ ସୁଜିତ କୁମାର, ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମ.ରାମପୁର ବ୍ଳକ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ ନବ ନିର୍ବାଚିତ ଅଧ୍ୟକ୍ଷାଙ୍କ ସମେତ ସମସ୍ତ ସମିତିସଭ୍ୟ/ସଭ୍ୟାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଏହି ନିର୍ବାଚନ ପରେ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ ସମସ୍ତ ସମିତିସଭ୍ୟ/ସଭ୍ୟା ତଥା ମ.ରାମପୁର ବ୍ଳକ ଜନସାଧାରଣଙ୍କୁ ନିଜର କୃତଜ୍ଞତା ଅର୍ପଣ କରିଛନ୍ତି । ଏଠାରେ ସୂଚନାଥାଉ କି, ମନ୍ଦାକିନୀ ହେଉଛନ୍ତି ସମାଜସେବୀ ବିକାଶ ରଞ୍ଚନ ସିଂହଦେଓଙ୍କ ଧର୍ମପତ୍ନୀ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.