ନର୍ଲା ବିକାଶରେ ସହଯୋଗ ନେଇ ଡ଼ିଏସପି ଓ ଡାକ୍ତରଙ୍କୁ ସାକ୍ଷାତ କଲେ ନବ ନିର୍ବାଚିତ ସରପଞ୍ଚ ତନୁଜା ହରପାଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆସନରେ ବସିବାର ପ୍ରଥମ ଦିନରୁ ନିଜ କାର୍ଯ୍ୟ ଦକ୍ଷତା ଓ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ଚର୍ଚ୍ଚିତ ହୋଇଛନ୍ତି ନର୍ଲାର ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ତନୁଜା ହରପାଲ । ସେ ସରପଞ୍ଚ ଭାବରେ ଶୁକ୍ରବାର ଦାଇତ୍ୱ ଗ୍ରହଣ କରିବା ପରେ ନାଏବ ସରପଞ୍ଚ ନିର୍ବାଚନ ମଧ୍ୟ ସମାପନ ହୋଇ ଯାଇଛି । ଏହାପରେ ନାଏବ ସରପଞ୍ଚ, ସମସ୍ତ ୱାର୍ଡ ସଦସ୍ୟ/ସଦସ୍ୟା ଓ ସମର୍ଥକଙ୍କ ଗହଣରେ ନର୍ଲା ଡ଼ିଏସପି ରେଣୁକା ସୁନା, ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା. ସନତ କୁମାର ଶତପଥୀ ପ୍ରମୁଖଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ‘ନର୍ଲା ବିକାଶରେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଅଛି । ମୋତେ ଆପଣ ମାନେ ସହଯୋଗ କରନ୍ତୁ । ମୁଁ ନର୍ଲାର ବିକାଶ ପାଇଁ କାମ କରିବି’ ବୋଲି ସମସ୍ତଙ୍କୁ ଅନୁରୋଧ କରିଥିଲେ ସରପଞ୍ଚ ତନୁଜା ହରପାଲ ।

ବିକାଶ କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ଏକଥାକୁ ଭଲ ଭାବରେ ହୃଦୟଙ୍ଗମ କରିପାରିଥିବା ନର୍ଲାର ନବ ନିର୍ବାଚିତ ସରପଞ୍ଚଙ୍କ କାର୍ଯ୍ୟ ଶୈଳୀ ପ୍ରଥମ ଦିନରୁ ହିଁ ଜଣାପଡିଛି । ଆଗକୁ ସେ ନର୍ଲାକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢି ତୋଳିବେ ବୋଲି ଆଶା ରଖିଛନ୍ତି ପଞ୍ଚାୟତବାସୀ । ତେଣୁ ନର୍ଲା ଜନସାଧାରଣ ତାଙ୍କୁ ଶୁଭେଚ୍ଛା ଜ୍ଞାନପ କରିବା ସହିତ ସାଧୁବାଦ ଅର୍ପଣ କରି ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.