ଚାରବାହାଲ ଚେସ୍ କ୍ଳବ୍ ଦ୍ଵାରା ଚେସ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଅନ୍ତର୍ଗତ ଚାରବାହାଲ ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରାଙ୍ଗଣରେ ୨ୟ ବାର୍ଷିକ ଚେସ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନବନିର୍ବାଚିତ ସରପଞ୍ଚ ସତ୍ୟଭାମା ପଣ୍ଡା ଯୋଗଦାନ କରି ଏହାର ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୮ ଜଣ ଖେଳାଳି ଯୋଗ ଦେଇଥିଲେ। ଚେସ୍ କ୍ଳବର ସଂପାଦକ ଲକ୍ଷ୍ମୀକାନ୍ତ ଦୁର୍ଗା ସ୍ଵାଗତ ଭାଷଣ ଦେଇଥିଲେ। ପ୍ରତିଯୋଗିତା ପୂର୍ବରୁ ବିଘ୍ନ ବିନାଶକ ଗଜାନନଙ୍କ ଫଟୋଚିତ୍ରରେ ମୁଖ୍ୟ ଅତିଥି ଶ୍ରୀମତୀ ପଣ୍ଡା ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ପରେ ୨୦୨୧ ମସିହାର ଚମ୍ପିୟନ ଖେଳାଳି ସ୍ଵର୍ଗତ ଆର୍ତ୍ତତ୍ରାଣ ଧଙ୍ଗଡାମାଝୀଙ୍କ ସମ୍ମାନରେ ସମସ୍ତ ଖେଳାଳିଙ୍କ ଦ୍ୱାରା ନୀରବ ପ୍ରାର୍ଥନା କରାଯାଇଥିଲା।

Omkar Vasthu
Omkar Vasthu

ଏହି ଅବସରରେ ପୂର୍ବତନ ସରପଞ୍ଚ ରାମ ନାରାୟଣ ପଣ୍ଡା, ଯୁବ ସମାଜସେବୀ ମୀନକେତନ ଦଳପତି, ଚେସ୍ କ୍ଳବ୍ ସଭାପତି ମାଙ୍ଗିଲାଲ ନାଏକ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଜାନକରାମ ପାନ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଖେଳାଳି ସଚ୍ଚିଦାନନ୍ଦ ଚଲାନ,ହେମନ୍ତ ପାଣିଗ୍ରାହୀ, ଭୀମସେନ ପାତ୍ର, ସତ୍ୟନାରାୟଣ ସାହୁ, କ୍ଷୀରୋଦ ମୁଣ୍ଡ, ଗୌରାଙ୍ଗ ଚରଣ ସିଂ, ଏକଲବ୍ୟ ନାଏକ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ, କାହ୍ନୁଚରଣ ଧଙ୍ଗଡାମାଝୀ, ତ୍ରିଲୋଚନ ଛତ୍ରିଆ, ବାଳକୃଷ୍ଣ ବାଗ, ମହେନ୍ଦ୍ର କର, ହେମନ୍ତ ଧଙ୍ଗଡାମାଝୀ, ଭବାନୀ ଧଙ୍ଗଡାମାଝୀ, କୁଶ ଚଲାନ, ଗଜେନ୍ଦ୍ର ଦୁର୍ଗା ପ୍ରମୁଖ ନିଜର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.