ବିଜେଡି ପ୍ରାର୍ଥୀ ନୃପରାଜ ଯାଦବ କେସିଙ୍ଗା NAC ଅଧ୍ୟକ୍ଷ ନିର୍ବାଚିତ

୧୨ ଗୋଟି ଓ୍ବାର୍ଡ କାଉନସିଲରଙ୍କ ମଧ୍ୟରୁ ବିଜେଡି ୯, କଂଗ୍ରେସ ୧, ବିଜେପି ୧ ଏବଂ ଜଣେ ସ୍ବାଧିନ ପ୍ରାର୍ଥୀ ବିଜୟୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ଏନ୍ଏସି ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଏଥିରେ ବିଜେଡିର ନୃପରାଜ ଯାଦବ କଂଗ୍ରେସର ରାମକୁମାର ଜୈନଙ୍କ ଠାରୁ ଅଧିକ ୯୧୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । କେସିଙ୍ଗା ଏନ୍ଏସିର ୧୨ ଗୋଟି ଓ୍ବାର୍ଡ ରେ ୧୪ ହଜାରରୁ ଅଧିକ ଭୋଟ ରହିଥିବା ବେଳେ ୧୧୨୧୦ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିଲେ । ଯାହାକି ଏଥିରେ ବିଜେଡିର ନୃପରାଜ ଯାଦବ ଙ୍କୁ ୫୧୦୩ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ର ରାମକୁମାର ଜୈନ ଙ୍କୁ ୪୧୯୧ ଖଣ୍ଡ, ବିଜେପି ର ସଚିନ ଜୈନ ଙ୍କୁ ୧୫୮୭ ଖଣ୍ଡ, ଆମ୍ ଆଦମୀ ପାର୍ଟିର ରାଧେଶ୍ୟାମ ଅଗ୍ରୱାଲ ଙ୍କୁ ୬୬ ଖଣ୍ଡ ଓ ସ୍ବାଧିନ ପ୍ରାର୍ଥୀ ମୋତି କୈବର୍ତ୍ତ ଙ୍କୁ ୧୪୬ ଖଣ୍ଡ ଭୋଟ ମିଳିଥିବା ବେଳେ ୧୧୭ ଖଣ୍ଡ ଭୋଟ ନୋଟା ଯାଇଥିବା ଜଣାପଡିଛି । ସେହିପରି କେସିଙ୍ଗା ଏନ୍ଏସିର ୧୨ ଗୋଟି ଓ୍ବାର୍ଡ କାଉନସିଲର ପାଇଁ ୯ ଗୋଟି ଓ୍ବାର୍ଡରେ ବିଜେଡି ବିଜୟୀ ହୋଇଥିବା ବେଳେ ଓ୍ବାର୍ଡ ନମ୍ବର ୩ ରେ କଂଗ୍ରେସ, ଓ୍ବାର୍ଡ ନମ୍ବର ୪ ରେ ବିଜେପି ଓ ଓ୍ବାର୍ଡ ନମ୍ବର ୬ ରେ ସ୍ବାଧିନ ପ୍ରାର୍ଥୀ ବିଜୟୀ ହୋଇଛି । ନୃପରାଜ ଯାଦବ କେସିଙ୍ଗା ଏନ୍ଏସିର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୟର ଶ୍ରେୟ ଦେବା ସହ ଦଳର କର୍ମୀମାନଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇଥିବା ନେଇ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହାସହ ରାଜ୍ୟରେ କେସିଙ୍ଗା ସହରକୁ ଏକ ଆଦର୍ଶ ସହର ଭାବରେ ଗଢିତୋଳିବା ପାଇଁ ପ୍ରଜତ୍ନ କରିବି ବୋଲି କହିଛନ୍ତି ନବ ନିର୍ବାଚିତ ଅଧ୍ୟକ୍ଷ ଶ୍ରୀ ଯାଦବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.