ସ୍ୱାଧୀନ ଦେଶର ସ୍ୱାଧୀନ ହସ୍ତେ
ଆଣିଥିଲେ ସ୍ୱାଧୀନ ବାର୍ତ୍ତା
ଇୟେ ତ ଆମ କୋରାପୁଟ ବୀର
ଲକ୍ଷ୍ମଣ ନାୟକଙ୍କ ପରାକାଷ୍ଠା ।।
ବୈପାରୀଗୁଡା ତେନ୍ତୁଳିଗୁମା ଥାନେ
ଜନ୍ମ ସେ ଲଭି ନେଲେ
ଜଗତେ ଆଣିଲେ ଶାନ୍ତିର ବାର୍ତ୍ତା
ବିପ୍ଲବୀଙ୍କୁ ପରାଜୟ କଲେ ।।
ଆଜି ଯେ ତାଙ୍କ ଅଟଇ ଶ୍ରାଦ୍ଧ ଦିବସ
ଚାଲ ପାଳିବା ସର୍ବେ ଏକ ହୁଅ
ସ୍ୱାଧୀନ ଦେଶର ଏ ଯେ ଅଟନ୍ତି ବୀର
ଲକ୍ଷ୍ମଣ ନାୟକ କୋରାପୁଟ ପୁଅ ।।
ସହୀଦ ମାଟି କରୁଛି ଆଜି ସ୍ମରଣ
ଝୁରଛି ଏ ବୀର ପୁତ୍ର ପାଇଁ
ପରାଧୀନତାର କୁଠାର ନିନ୍ଦାକୁ ଏ
ବୀର ପୁତ୍ର ଦେଇଛି ଉଡାଇ ।।
ଗର୍ବେ ଯେ କରୁଛି ଆଜି ଏ ସଂସାର
ପାଇ ସ୍ୱାଧୀନତାର ସ୍ୱାଭିମାନ ପଦ
ଫେରାଇ ଏ ଦେଶକୁ ସ୍ୱାଧୀନ ସତ୍ତା
ଏ ବୀର ପୁରୁଷ ହୋଇଥିଲେ ସହୀଦ ।।