ଦେଓମାଳିରେ ହେବ ଇକୋ ଟୁ୍ରିଜିମ, ରୋଜଗାର ପାଇବେ ସ୍ଥାନୀୟ ବାସିନ୍ଦା

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦେଓମାଳି ହିଲଟପ ଓ କୋଟିଆ ଗ୍ରାମପୁଞ୍ଜ ପରିଦର୍ଶନ କରି ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ l ଦେଓମାଳିରେ ଇକୋ ଟୁ୍ରିଜିମ ନିମନ୍ତେ ସ୍ଥାନ ଚି଼ହ୍ନଟ କରାଯାଇଥିବା ସେ ପ୍ରକାଶ କରିଛନ୍ତି l କୋରାପୁଟ ବନଖଣ୍ଡ ପକ୍ଷରୁ କଟେଜ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି l ଏହାଦ୍ୱାରା ସ୍ଥାନୀୟ ଗ୍ରାମବାସୀମାନେ ରୋଜଗାର ପାଇପାରିବେ ବୋଲି ସେ ସୂଚନା ଦେଇଛନ୍ତି l କୋଟିଆରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହୋଇଅଛି l ଏହି ପଞ୍ଚାୟତର ୮୦ ଜଣ ପିଲା ଆସନ୍ତା ୨୦ ତାରିଖରୁ ପାଠ ପଢିବେ ବୋଲି ସେ ସୂଚନା ଦେଇଛନ୍ତି l କୋଟିଆ ପଞ୍ଚାୟତ ପାଇଁ ଏହା ଏକ ବଡ଼ ସଫଳତା ଅଟେ ବୋଲି ସେ ପ୍ରକାଶ କରିଛନ୍ତି l ମହିଳା ଏସଏଚଜି କର୍ମକର୍ତ୍ତାଙ୍କ ସହିତ ସେ ଆଲୋଚନା କରିବା ପରେ ଫୁଲଝାଡୁ କିପରି ବେଶୀ ଉତ୍ପାଦନ କରି ହେବ ସେଥି ପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି l କୋଟିଆରେ ଆଉ ୨ ଟି ମୋବାଇଲ ଟାୱାର ଆବଶ୍ୟକତା ରହିଥିବାରୁ ତାହା ଉପରେ ଧ୍ୟାନ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି l କୋରାପୁଟ ଜିଲ୍ଲାପାଳ ଅବଦଲ ଏମ ଅଖତର, କୋରାପୁଟ ଏସପି ବରୁଣ ଗୁଣ୍ଠାପାଲି, କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ହେମକାନ୍ତ ସାଏ, ପ୍ରୋବେସନାରୀ ବେଦ ଭୂଷଣ, କୋରାପୁଟ ବନଖଣ୍ଡ ଅଧିକାରୀ ଅନୀତାରାଣୀ ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଅରୁଣ କୁମାର ପାଢ଼ୀ, ଜଳବିଭାଜିକ ପ୍ରକଳ୍ପ ନିର୍ଦ୍ଧେଶକ ଅରୁଣ କୁମାର ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହକ, କୋରାପୁଟ ଆଇ.ଟି.ଡି.ଏ ପ୍ରକଳ୍ପ ପ୍ରସାଶକ କାରୁ ସୋରେନ, ଜିଲ୍ଲା ପରିଷଦ ସଦସ୍ୟା ଟୀକାଇ ଗେମେଲ, କୋଟିଆ ସରପଞ୍ଚ ଲିଉ ଗେମେଲ, ବିଡ଼ିଓ ସୌମ୍ୟ ସାର୍ଥକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.