ଅଖିଳ ଭାରତବର୍ଷିୟ ଯାଦବ ମହାସଭାର ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ବୈଠକ ଓ ୯୮ତମ ପ୍ରତିଷ୍ଠା ଦିବସ

ଓଡ଼ିଆ ବାର୍ତ୍ତା/ କଟକ: କଟକ ସଦର ୪୨ ମୈ।ଜା ସ୍ଥିତ ଯଶୋଦା ଗାର୍ଡେନ ଠାରେ ଅଖିଳ ଭାରତବର୍ଷିୟ ଯାଦବ ମହାସଭାର ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ବୈଠକ ତଥା ୯୮ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅଖିଳ ଭାରତବର୍ଷିୟ ଯାଦବ ମହାସଭା ଅଧ୍ୟକ୍ଷ ପ୍ରଫେସର ଉଦୟ ପ୍ରତାପ ସିଂଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅହୀର ରେଜିମେଣ୍ଟ ସ୍ଥାପନ, ଜାତି ଭିତ୍ତିକ ଜନଗଣନା ଆଦି ଦାବି ସହ ଯାଦବ ସମାଜର ବହୁବିଧ ଉନ୍ନତି ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ଏହାସହ ସମସ୍ତ ପ୍ରାଦେଶିକ ମହାସଭା ଉପରେ ଆଲୋଚନା ହୋଇଥିଲା । ଅଖିଳ ଭାରତବର୍ଷିୟ ଯାଦବ ମହାସଭାର ଶତବାର୍ଷିକୀ ପାଳନର ଋପରେଖ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଉତ୍କଳ ଯାଦବ ମହାସଭା ସଭାପତି ଆଶିର୍ବାଦ ବେହେରା ସ୍ବାଗତ ଅଭିଭାଷଣ, ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସ ବେହେରା, ପୂର୍ବତନ ବିଧାୟକ ତଥା ଉତ୍କଳ ଯାଦବ ମହାସଭାର ମୁଖ୍ୟ ଉପଦେଷ୍ଟା ଧର୍ମାନନ୍ଦ ବେହେରା ଓ ଉତ୍କଳ ଯାଦବ ମହାସଭା ମହାସଚିବ ଲମ୍ବୋଦର ନିଆଲ ଏହି ବିଶାଳ ସମାବେଶର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ପ୍ରାରମ୍ଭରେ ଆଲୋକପାତ କରିଥିଲେ ।

ବୈଠକରେ ଅଖିଳ ଭାରତବର୍ଷିୟ ଯାଦବ ମହାସଭାର ସଂରକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ବିଧାୟକ ବସନ ଭାଇ ଅହୀର, ପୂର୍ବତନ ମନ୍ତ୍ରୀ ଅରୁଣ ଯାଦବ, ସଂରକ୍ଷକ ଶ୍ରୀମତୀ କାନ୍ତି ସିଂ, ରାଷ୍ଟ୍ରିୟ କାର୍ଯ୍ୟକାରୀ ସଭାପତି ଡ଼ଃ ସ୍ବପନ କୁମାର ଘୋଷ, ଉପସଭାପତି ତଥା ସାଂସଦ ସୁଖରାମ ସିଂ, ପୂର୍ବତନ ସାଂସଦ ଡ଼ଃ କରନ ସିଂ, ସୋମ ପ୍ରକାଶ ଯାଦବ, ସତ୍ୟ ପ୍ରକାଶ ସିଂ, ନବାବ ସିଂ, ଡ଼ି ବାସୁଦେବେଲୁ, ସୋମ ପ୍ରକାଶ ଯାଦବ, ନଓ୍ବାବ ସିଂ, ରାଷ୍ଟ୍ରିୟ ମହାସଚିବ ପ୍ରମୋଦ ଚୈ।ଧୁରୀ, ଆର ଲକ୍ଷ୍ମଣ ଯାଦବ, ଦିନେଶ ଯାଦବ, ପଓ୍ବନ ଯାଦବ, ପ୍ରଫୁଲ୍ଲ କୁମାର ଦାସ, ଜଗଦିଶ ଯାଦବ, ସଚିବ କେପି ଯାଦବ, ରାଷ୍ଟ୍ରିୟ ମହିଳା ସେଲ ଅଧ୍ୟକ୍ଷା ପୂର୍ଣ୍ଣିମା କ୍ରିଷ୍ଣାପ୍ପା ଓ ଅନେକ ରାଷ୍ଟ୍ରିୟ କାର୍ଯ୍ୟକର୍ତ୍ତା ମଞ୍ଚାସୀନ ଥିଲେ । ଏହି ସମ୍ମିଳନୀରେ ସାରା ଭାରତବର୍ଷର ପ୍ରାଦେଶିକ ସଭାପତି, ମହାସଚିବ, ରାଷ୍ଟ୍ରିୟ କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ସେଲର ସଦସ୍ୟବୃନ୍ଦ ଯୋଗ ଦେଇଥିଲେ ।

ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମର ନବ ନିର୍ବାଚିତ ମେୟର ସୁଲୋଚନା ଦାସ, ଭବାନୀପାଟଣା ପୈ।ରପାଳିକା ଅଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ବରଗଡ ପୈ।ରପାଳିକା ଅଧ୍ୟକ୍ଷା କଳ୍ପନା ମାଝୀ, ତାଳରେର ପୈ।ରପାଳିକା ଅଧ୍ୟକ୍ଷ ପବିତ୍ର ଭୁତିଆ, ଗୁଣପୁର ଏନ୍ଏସି ଅଧ୍ୟକ୍ଷା ମମତା ଗଉଡ, ବରପାଲି ଏନ୍ଏସି ଅଧ୍ୟକ୍ଷ ଦିନେଶ ଗହିର, ପୁରୁଷୋତ୍ତମପୁର ଏନ୍ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗଉଡ, କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, କାମାକ୍ଷା ଏନ୍ଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ବଡଚଣା ବ୍ଲକ ଅଧ୍ୟକ୍ଷା ମିନତି ସେନାପତି, ଟାଙ୍ଗି ଚୌଦ୍ବାର ବ୍ଲକ ଅଧ୍ୟକ୍ଷା ମିନାକ୍ଷୀ ଦାସ, ଆନନ୍ଦପୁର ବ୍ଲକ ଅଧ୍ୟକ୍ଷା ଅଞ୍ଜନା ବାରିକ, ସୁବର୍ଣ୍ଣପୁର ବ୍ଲକ ଡିଆରଡିଏ ଅଧ୍ୟକ୍ଷା ସପୁର ଠେଳା, କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ଭୁବନେଶ୍ୱର ମହାନଗର ନିଗମର ପର୍ପୋରେଟର ରାଜକିଶୋର ଦାସ, ଶିବ ପ୍ରସାଦ ବେହେରା, ବନ୍ଦିତା ପାଲ ଓ ଅଜିତ ବେହେରା, କଟକ ମହାନଗର ନିଗମର ପର୍ପୋରେଟର ବସନ୍ତ ବେହେରା, ଗୋପାଳ ବେହେରା ଓ ଜନାର୍ଦ୍ଦନ ବେହେରାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଉତ୍କଳ ଯାଦବ ମହାସଭା ପକ୍ଷରୁ ରାଜ୍ୟ ସଂପାଦକ କିର୍ତ୍ତନ ନାଏକ, ଚିନ୍ମୟ ଦାସ, ମିତ୍ରଭାନୁ ମହାକୁଡ଼, ରାଜୁ ଘିଭେଲା, ହୃଷିକେଶ ଗୈାଡ, ବିରଞ୍ଚି ଦର୍କା ପ୍ରମୁଖ ସଞ୍ଚାସୀନ ଅତିଥିବୃନ୍ଦଙ୍କୁ ଉପଢୌକନ ଦେଇ ସମ୍ମିନୀତ କରିଥିଲେ । ଅଖିଳ ଭାରତବର୍ଷିୟ ଯାଦବ ମହାସଭାର ଯୁବ ଅଧ୍ୟକ୍ଷ ଇଂ. ପ୍ରଦୀପ କୁମାର ବେହେରା କାର୍ଯ୍ୟକ୍ରମ ସଂଚାଳନ କରିଥିବାବେଳେ ଛତିଶଗଡ଼ ରାଜ୍ୟ ମହିଳା ଶାଖା ସଭାନେତ୍ରୀ ମଞ୍ଜୁ ଯଦୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଉତ୍କଳ ଯାଦବ ମହାସଭା ମହାସଚିବ ପ୍ରଦୀପ ବେହେରା, ରାଜ୍ୟ ଯୁବ ସଂଯୋଜକ ନନ୍ଦଲାଲ ସିଂ, କଟକ ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସମରଜିତ ବେହେରା, ଉତ୍କଳ ଯାଦବ ମହାସଭାର କାର୍ଯ୍ୟାଳୟ ସଂପାଦକ ବୁଲେଇ ବେହେରା ପ୍ରମୁଖଙ୍କ ସହ ଅନେକ ଯାଦବ ନେତୃତ୍ୱ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସନ୍ଧ୍ୟାରେ ଯାଦବ ସଂସ୍କୃତିର ମହାନ ବିଭବ ଲଉଡି ନୃତ୍ୟ ସହ ଓଡ଼ିଶୀ ଓ ଅନେକ ନୃତ୍ୟ ପରିବେଷିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.