ଏସସିଡି ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ମାଗଣା ଚଷମା ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏସସିଡି ଚକ୍ଷୁ ଚିକିତ୍ସାଳୟ ଟିଟିଲାଗଡ଼ ପକ୍ଷରୁ ନର୍ଲା ବ୍ଲକର ବୁଢିପଦର ଓ କେସିଙ୍ଗା ବ୍ଲକର ବାଲସି, ମଶାଣିବନ୍ଧ, କୋକୋଡମାଲ, ଭମରମାଲ ଏବଂ ପଥର୍ଲା ଆଦି ଗ୍ରାମର ଆବଶ୍ୟକତା ଅନୁଭବ କରୁଥିବା ଲୋକମାନଙ୍କୁ ମାଗଣାରେ ପାଓ୍ବାର ଚଷମା ବଣ୍ଟନ କରାଯାଇଛି । ପୂର୍ବରୁ ନର୍ଲା ବ୍ଲକ ବୁଢିପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଓ ଏସସିଡି ଚକ୍ଷୁ ଚିକିତ୍ସାଳୟ ଟିଟିଲାଗଡ଼ ପକ୍ଷରୁ ଏକ ଗୋଷ୍ଠୀ ଚକ୍ଷୁ ପରିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୋତିଆବିନ୍ଦୁ ଚିହ୍ନଟ ଲୋକଙ୍କୁ ଏସସିଡି ହସ୍ପିଟାଲକୁ ନିଆଯାଇ ଅସ୍ତ୍ରୋପଚାର କରାଯାଇଥିଲା । ସେହିପରି ଭାବେ ସମିପ/ଦୂର ଦୃଷ୍ଟି ବାଧିତ ଲୋକଙ୍କୁ ଚଷମାର ଆବଶ୍ୟକତା ଥିବାରୁ ଏସସିଡି ଚକ୍ଷୁ ଚିକିତ୍ସାଳୟରେ ସେମାନଙ୍କ ପାଇଁ ଚଷମା ପ୍ରସ୍ତୁତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ଏସସିଡି ଚକ୍ଷୁ ଚିକିତ୍ସାଳୟର ଭିଜନ ମୋଟିଭେଟର ହିରାମଣି ସାହୁ, ଜୟଦେବ ସାହୁଙ୍କ ସହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡାମାଝୀ, ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ଘରକୁ ଘର ଯାଇ ୪୮ ଜଣ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇଥିବା ବ୍ୟକ୍ତି ଓ ଗୋଷ୍ଠୀ ଚକ୍ଷୁ ପରିକ୍ଷଣର ୨୫ ଜଣ ବ୍ୟକ୍ତି ଏମିତି ମୋଟ ୭୩ ଜଣଙ୍କୁ ମାଗଣା ଚଷମା ବଣ୍ଟନ କରିଥିଲେ । ଏସସିଡି ଚକ୍ଷୁ ଚିକିତ୍ସାଳୟର ଏପରି ନିରନ୍ତର ସେବା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.