ବିରଳ ବ୍ୟକ୍ତିତ୍ବ : ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ବ୍ଲକ୍ ୪୨ ମୌଜା ବ୍ରହ୍ମପୁର ପଞ୍ଚାୟତ ଶ୍ରୀରାମ ମୌଜାର ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା (ଦୁଇଥର ରାଜ୍ୟସରକାରଙ୍କ ତରଫରୁ ମହାମହିମ ରାଜ୍ୟପାଳଙ୍କ ଦ୍ଵାରା ପୁରସ୍କାର ପ୍ରାପ୍ତ) ଓ ଶ୍ରୀ ପଣ୍ଡା ଜଣେ ରାଜ୍ୟସ୍ତରୀୟ ଅଗ୍ରଣୀ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣକାରୀ ତଥା ସାମାଜିକ ପରୋପକାରୀ ବ୍ୟକ୍ତିତ୍ଵ ଅଟନ୍ତି । ଶ୍ରୀ ପଣ୍ଡା ୧୯୯୦ ମସିହାରୁ ରାସ୍ତାପାର୍ଶ୍ଵ , ମଠ, ମନ୍ଦିର ଓ ବହୁ ଅନୁଷ୍ଠାନମାନଙ୍କରେ ବୃକ୍ଷରୋପଣ ଓ ସୁରକ୍ଷା କାର୍ଯ୍ୟକ୍ରମ କରି ଆସୁଛନ୍ତି। ସନ ୧୯୯୯ ମହାବାତ୍ୟାରେ ବଡ ବଡ଼ ବୃକ୍ଷ ତୋଟା ବା ଜଙ୍ଗଲ ନଷ୍ଟ ହୋଇଯିବାରୁ ମ୍ରିୟମାଣ ହୋଇ ନୂତନ ଜଙ୍ଗଲ ସୃଷ୍ଟି ଉଦ୍ଦେଶ୍ୟରେ ନିଜର ପିତା ବଂଶୀଧର ପଣ୍ଡାଙ୍କ ସହଯୋଗରେ ବୃକ୍ଷରୋପଣ ପ୍ରକଳ୍ପ ନିଜସ୍ଵ ଉଦ୍ୟମରେ ଆରମ୍ଭ କରି ନିଜ ଖର୍ଚ୍ଚରେ ପ୍ରାୟ ଏକଲକ୍ଷରୁ ଉର୍ଦ୍ଧ୍ଵ ବୃକ୍ଷରୋପଣ କରିବା ସହ ସେଗୁଡିକ ବଢ଼ାଇବା ପାଇଁ ସୁରକ୍ଷା ଦିଗରେ କାର୍ଯ୍ୟ ଜାରି ରଖିଛନ୍ତି। କୋଡ଼ିଏ ବର୍ଷ ସମୟ ମଧ୍ୟରେ ସେ ୪୨ ମୌଜାର ଶ୍ରୀରାମ କାଠଯୋଡ଼ି ନଦୀକୂଳରେ ମା” ଭଗବତୀ ବନ, ଦୁଇଗୋଟି ବଂଶୀଧର ଉଦ୍ୟାନ ସହିତ ବାରଙ୍ଗ ତ୍ରିଶୁଳିଆଠାରେ ଶ୍ରୀ ସତ୍ୟ ସନାତନ ଆଶ୍ରମ ବନ ସହିତ ଅନେକ ମଠ ମନ୍ଦିର ମାନଙ୍କରେ ସବୁଜ ବଳୟର ପରିବେଶ ସୃଷ୍ଟି କରିଛନ୍ତି। ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ସହିତ ଜ୍ୟେଷ୍ଠ ଭ୍ରାତା ମାନବିକ ଅଧିକାର ସାମାଜିକ ନ୍ୟାୟ କର୍ମୀ ବସନ୍ତ କୁମାର ପଣ୍ଡାଙ୍କ ପ୍ରେରଣା ଓ ସହଯୋଗରେ ଜୀବଜନ୍ତୁମାନଙ୍କୁ ଖାଦ୍ୟ ଓ ଜଳଦାନ, ନଦୀ ପୋଖରୀ ଦଳ ଆବର୍ଜନା ସଫେଇ, ଦରିଦ୍ର ନାରାୟଣଙ୍କୁ ବିଭିନ୍ନ କାର୍ଯ୍ୟରେ ଆର୍ଥିକ ଓ ସାମାଜିକ ସହଯୋଗ କରିବା ସହିତ ଅନ୍ୟାୟ, ଅତ୍ୟାଚାର ଓ ଦାଦାବଟି ବିରୁଦ୍ଧରେ ସ୍ବର ଉତ୍ତୋଳନ ସେବା ଜାରି ରଖିଛନ୍ତି। ସେହିପରି ପ୍ରଚଣ୍ଡ ଗ୍ରୀଷ୍ମ ଋତୁରେ ଶ୍ରୀରାମ ବଜାରରେ ଏକମାତ୍ର ସର୍ବସାଧାରଣ ନଳକୂପଟି ଅଚଳ ହୋଇଯାଇଥିବା ଜାଣି ବଜାରରେ ଜଳ ଅଭାବକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶ୍ରୀ ପଣ୍ଡା ୪୨ ମୌଜା, ଶ୍ରୀରାମ ବଜାରରେ ପ୍ରତିବର୍ଷ ଭଳି ଏକ ଦହିରେ ପ୍ରସ୍ତୁତି ଉତ୍ତମ ଗ୍ରୀଷ୍ମକାଳୀନ ତୃଷାର୍ତ୍ତ ଜଳସେବା କେନ୍ଦ୍ର ମହାବିଷୁବ ସଂକ୍ରାନ୍ତିଠାରୁ ଆରମ୍ଭ କରିଛନ୍ତି।

Omkar Vasthu
Omkar Vasthu

ମାନବ ସମାଜ ପ୍ରତି ସମର୍ପିତ ସେବା ଯୋଗୁଁ ଜନ୍ମ ମାଟିରେ ହେଲେ ସମ୍ବର୍ଦ୍ଧିତ

ତାଙ୍କର ଏହି ମହତ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀ ମହାବୀର ଯୁବ ପରିଷଦ ଓ ପରିବେଶ ସୁରକ୍ଷା ସାମାଜିକ ଗଣମାଧ୍ୟମ “ଆସ ଆମେ ସୃଷ୍ଟି କରିବା ବନ, ବଞ୍ଚିବ ମାନବ ଧନ ଜୀବନ” ଗ୍ରୁପ୍ ପ୍ରୟାସରେ ଜଳସେବା କେନ୍ଦ୍ର ଠାରେ ୪୨ ମୌଜାର ଛଅ ଗୋଟି ପଞ୍ଚାୟତର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ, ନବନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ନେଇ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କୁ ସମ୍ବର୍ଦ୍ଧନା କରିବା ସହିତ କଟକ ସଦର ବିଧାୟକ ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରାଙ୍କ ନବନିଯୁକ୍ତ କାର୍ଯ୍ୟନିର୍ବାହୀ ପ୍ରତିନିଧି ତଥା ପୂର୍ବତନ କଟକ ସଦର ବ୍ଲକ ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡ଼ା, କଟକ ସଦର ବ୍ଲକ ଉପାଧ୍ୟକ୍ଷା ଅମ୍ବିକା ପାତ୍ର, ବିଶିଷ୍ଟ ବ୍ୟକ୍ତିତ୍ୱ ତଥା ପୂର୍ବତନ ସରପଞ୍ଚ ବିଦ୍ୟାଧର ପାତ୍ର, ୬ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟଙ୍କ ପ୍ରତିନିଧି ଅଜୟ କୁମାର ଦଳାଇ, ୪୨ ମୌଜା ବିକାଶ ପରିଷଦର ସମ୍ପାଦକ ସନ୍ତୋଷ କୁମାର ପତି, ପୂର୍ବତନ ଜିଲ୍ଲାପରିଷଦ ବୀରବର ଲେଙ୍କା, ବ୍ରହ୍ମପୁର ଗ୍ରାମପଞ୍ଚାୟତର ସରପଞ୍ଚ ରବିନାରାୟଣ ପ୍ରଧାନ, ବେଣ୍ଟକାର ଗ୍ରାମପଞ୍ଚାୟତର ସରପଞ୍ଚ ଶିବ ଶଙ୍କର ମଲ୍ଲିକ, ସମିତି ସଭ୍ୟ ବିନୋଦ ବେହେରା, ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ଗୋଛାୟତ, ପୂର୍ବତନ ନାଏବ ସରପଞ୍ଚ ଋଷି କାଣ୍ଡି,ଦୟାନିଧି ପ୍ରତିଭା ବିକାଶ ଅନୁଷ୍ଠାନର ରୁଦ୍ର ନାରାୟଣ ଦାସ, ସାମ୍ବାଦିକ ଅନିଲ ଦାସ, ଚତୁର୍ଦ୍ଦଶ ସଂକ୍ରିତ୍ତନ ମଣ୍ଡଳ ଗାୟକ ଭାଗ୍ୟଧର ସାହୁ, ଶ୍ରୀରାମ ବଜାର କର୍ମକର୍ତ୍ତା ମଦନ ମୋହନ ପାଣି, ୪୨ ମୌଜା ଥାନା ଅଧିକାରିଣୀ ଅନିତା ସାହୁଙ୍କ ତରଫରୁ ରବିନାରାୟଣ ସିଂ, ହୃଷିକେଶ ରଥ, ସୁରେଶ ବେଉରା ପ୍ରମୁଖଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରା ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସମାଜସେବୀ, ବିଶିଷ୍ଟ ବ୍ୟକ୍ତିତ୍ୱ ତଥା ସାମାଜିକ ନ୍ୟାୟ କର୍ମୀ ବସନ୍ତ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ବଜାର କମିଟି ଓ ଯୁବକ ସଂଘ ତରଫରୁ ଦିନବନ୍ଧୁ ସାମଲ, ଚିନ୍ମୟ ଦାଶ, ବିଦ୍ୟା ପତି, ପୃଥିରାଜ ପଣ୍ଡା, ଚୈତନ୍ୟ ପଣ୍ଡା, ରାମୁ ପଣ୍ଡା, ଆଲୋକ ସାହୁ, ଭଗବତ ପତି, ଲକ୍ଷ୍ମଣ ସାହୁ, ଚୁଇଁ ସାହୁ, ପ୍ରମୋଦ ଦାଶ, ବିନୋଦ ଦାଶ, ବାପୁ ସାହୁ, ପିଣ୍ଟୁ ଦାଶ, ପିଣ୍ଟୁ ମୁଦୁଲି ଓ ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.