କିଡିଙ୍ଗ ବେହେରାପୋଲରେ ପୁଣି ଏକ ଟ୍ରକ ଦୁର୍ଘଟଣା: ଡ୍ରାଇଭର ଓ ହେଲ୍ପର ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥର କିଡିଙ୍ଗ ନିକଟସ୍ଥ ବେହେରାପୋଲରେ ଘଟିଛି ପୁଣି ଏକ ଟ୍ରକ ଦୁର୍ଘଟଣା। ଗତକାଲି ବେହେରା ପୋଲରେ ଏକ ଗହମ ବୋଝେଇ ଟ୍ରକ ଓଲଟି ପଡିଥିବା ବେଳେ ଆଜି ସେହି ସ୍ଥାନରେ ହିଁ ଏକ ଗୋଖାଦ୍ୟ ବୋଝେଇ ଟ୍ରକ ଓଲଟି ପଡିଛି। ଆଜି ଦୁର୍ଘଟଣାରେ ଡ୍ରାଇଭର ଏବଂ ହେଲପର ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ସିକେରକୁପା ଫାଣ୍ଡି ପୋଲିସ ଏବଂ ସ୍ଥାନୀୟ ଲୋକେ ଉଦାର କରି ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି। ସୂଚନାଯୋଗ୍ୟ ବେହେରାପୋଲରେ ଏବେ ଦିନକୁଦିନ ଦୁର୍ଘଟଣା ଘଟୁଥିବା ବେଳେ ଗତକାଲି ଏକ ଗହମ ବୋଝେଇ ଟ୍ରକ ଦୁର୍ଘଟଣା ଘଟୁଥିବା ବେଳେ ସେଥିରେ ଡ୍ରାଇଭର ଏବଂ ହେଲ୍ପର ବର୍ତ୍ତି ଯାଇଥିଲେ। ତେବେ ଆଜିର ଦୁର୍ଘଟଣାରେ ଡ୍ରାଇଭର ଏବଂ ହେଲ୍ପର ଗୁରୁତର ଭାବେ ଆହତ ହୋଇଛନ୍ତି। ଆଜିର ଦୁର୍ଘଟଣାଗ୍ରସ୍ତ ଟ୍ରକଟି ଛତିଶଗଡ଼ର ରାଜ୍ୟ ରାୟପୁରରୁ ବିଶାଖାପାଟଣାକୁ ଗୋଖାଦ୍ୟ ବୋଝେଇ କରି ନେଉଥିବା ବେଳେ କିଡିଙ୍ଗ ନିକଟସ୍ଥ ବେହେରାପୋଲରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଓଭର ଲୋଡିଙ୍ଗ ଗାଡ଼ି ଗୁଡ଼ିକ ଦ୍ରୁତ ଗତିରେ ଯାତାୟାତ କରୁଥିବା ଯୋଗୁଁ ଏହି ରାସ୍ତାରେ ବାରମ୍ବାର ଅନେକ ଛୋଟବଡ଼ ଦୁର୍ଘଟଣା ହେଉଥିବା ବେଳେ ଅଞ୍ଚଳବାସୀ ତଥା ଯାତ୍ରୀମାନେ ଭୟଭୀତ ହୋଇପଡିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.