ଶ୍ରମିକ ନେତା ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ୫୨ତମ ଜୟନ୍ତୀ ଉତ୍ସବ ପାଳନ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଶ୍ରମିକ ନେତା ଶ୍ରୀ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ୫୨ତମ ଜୟନ୍ତୀ ଉତ୍ସବ ଆଡମ୍ବର ସହ ପାଳିତ ହୋଇଯାଇଛି । ରାୟଗଡା ପ୍ରତାପ ପଣ୍ଡା ସ୍ମୃତି ସଂସଦର ସଭ୍ୟା ଶ୍ରୀମତୀ ଉଷାରଣୀ ଦାଶଙ୍କ ନେତୃତ୍ୱରେ ରାୟଗଡା ସ୍ଥିତ ଠାକର ବାପା ଆଶ୍ରମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ ଯୋଗଦେଇ ସ୍ୱର୍ଗତ ପ୍ରତାପ ପଣ୍ଡାଙ୍କ ସାଙ୍ଗଠନିକ ଦକ୍ଷତା ସାହସିକତା ଦ୍ୱାରା କିପରି ସଂଘଠନ ଆଜି ସାରା ରାଜ୍ୟର ସମସ୍ତ କଳକାରଖାନାରେ ନିଜର ଆଧିପତ୍ୟ ବଜାୟ ରଖି ପାରିଛି, ଏବଂ ଶ୍ରମିକ ମାନଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖି ପାରିଛି ସେ ବିଷୟରେ ଆଲୋକପାତ କରିଥିଲେ । ତାଙ୍କ ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ଆଜି ସଂଗଠନ ପ୍ରତେକ ପଲ୍ଲୀରୁ ରାଜ୍ୟ ପଯ୍ୟନ୍ତ ଶ୍ରମିକ ମାନଙ୍କ ହିତ ପାଇଁ ଖ୍ୟାତି ନାମ ଅର୍ଜନ କରିପାରିଛନ୍ତି । ତାଙ୍କର ଆଜି ଜୟନ୍ତୀ ଉତ୍ସବ ପାଳନ କରିବା ସହ ସ୍ମୃତି ଚାରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କେ କେ ଜେନା , ନେହା ସିଂ, ପ୍ରଶାନ୍ତ ପାଳ, ଧର୍ମସିଂ ନାଗ, ପ୍ରଳୟ ସାହୁ, ମହନ ରାଓ ମାଝୀ, ଉମା ଶଙ୍କର ପାଢ଼ୀ , ଶ୍ରୀନିବାସ ନାଇଡୁ, ଜୁଗଳ କିଶୋର ଜେନା ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସଂଗଠନର ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ଶ୍ରମିକମାନେ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.