ମହୋଦଧି ସ୍ନାନ ଓ ଜଗନ୍ନାଥ ଦର୍ଶନ କଲେ ରାବଣ

• ମ.ରାମପୁର ଶ୍ରୀରାମଲୀଳା ମହୋତ୍ସବର ରାବଣ ରାଜ୍ ଶେଷ ପରେ ପୁରୀ ଗଲେ ରାବଣ ଭୂମିକାରେ ଅଭିନୟ କରୁଥିବା କଳାକାର ସାଇପ୍ରସାଦ ମହାରଣା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ତଥା ଜିଲ୍ଲା ବାହାରେ ନିଜର ଏକ ସ୍ୱତନ୍ତ୍ର ପ୍ରସିଦ୍ଧିଲାଭ କରିଥିବା ମ.ରାମପୁର ପାଇକପଡ଼ାର ଶ୍ରୀରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନର ରାମଲୀଳା ଶେଷ ହେଇଛି । ରାବଣ ରାଜ୍ ଶେଷ ହେବା ପରେ ରାବଣ ବଧ ସହିତ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ହେଇଥିଲା । ପରେ ଆଜି ରାବଣ ପୁରୀ ଯାଇ ମହୋଦଧିରେ ସ୍ନାନ ପୂର୍ବକ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ମହୋଦଧି ସ୍ନାନ ପରେ ଜଗନ୍ନାଥ ଦର୍ଶନ ଓ ପ୍ରତ୍ୟାବର୍ତ୍ତନ କରିଥିଲେ । ଶ୍ରୀରାମଲୀଳାର ଲେଖକ ତଥା ନିର୍ଦ୍ଦେଶକ ଅଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ସହିତ ରାବଣ ଭୂମିକାରେ ଅଭିନୟ କରିଥିବା କଳାକାର ସାଇପ୍ରସାଦ ମହାରଣା(ବଡ଼) ମହୋଦଧି ଯାଇଥିବା ଜଣାଯାଇଛି । ତାଙ୍କରି ସହିତ କଳାକାର ଦିଲୀପ ତ୍ରିପାଠୀ ଏବଂ ସୁନୀଲ ବାରିକ(ମଣ୍ଟୁ) ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.