କଟକରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ-୨୦୨୨

ଓଡ଼ିଆ ବାର୍ତ୍ତା/ କଟକ: ସନ୍ଥ କବି ଭୀମଭୋଇ ସାହିତ୍ୟ ପରିଷଦ ଅନୁଗୁଳ ପକ୍ଷରୁ କଟକ ସାରଳା ଭବନରେ ସର୍ବବୃହତ ଐତିହାସିକ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ମଇ ମାସ ୧୫ ତାରିଖ ଦିନ ଅନୁଷ୍ଠିତ କରାଯିବ । ଏହି ସମ୍ମିଳନୀରେ ଢେଙ୍କାନାଳର ଯୋରନ୍ଦା ପୀଠ, ନୟାଗଡ଼, ମାଲକାନଗିରି, କେନ୍ଦ୍ରାପଡ଼ା, କଟକ ଆଶ୍ରମରୁ ସନ୍ଥ ମହାତ୍ମା ମାନେ ପଦାର୍ପଣ କରିବେ । ଓଡ଼ିଶାର ତିରିଶିଟି ଜିଲ୍ଲାର ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ମାନେ ମଧ୍ୟ ଯୋଗଦାନ କରିବେ । ସାହିତ୍ୟ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ଵ ମାନଙ୍କର ମହା ମିଳନ ହେବ ବୋଲି ସନ୍ଥ କବି ଭୀମଭୋଇ ସାହିତ୍ୟ ପରିଷଦର ସଭାପତି ଶ୍ରୀମତୀ ଗାୟତ୍ରୀ ସିଂହ ମତବ୍ୟକ୍ତ କରିଛନ୍ତି । ଓଡ଼ିଶାର ପ୍ରତିଷ୍ଠିତ ସାହିତ୍ୟିକ, ଆଧ୍ୟାତ୍ମିକ ଚେତନା ସଂଲଗ୍ନ ବ୍ୟକ୍ତି, ସମାଜସେବୀ, କଳାକାର , ସାମ୍ବାଦିକ ମାନଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଦେବକୁ ଅନୁଷ୍ଠାନର ପରିଚାଳନା କମିଟି ସ୍ଥିର କରିଛି । ସାହିତ୍ୟ ଏବଂ ଆଧ୍ୟାତ୍ମିକତା ମାଧ୍ୟମରେ ସମାଜର ପରିବର୍ତ୍ତନ ହୋଇ ପାରିବ ବୋଲି ଅଭାସି କାର୍ଯ୍ୟକ୍ରମରେ ବୁଦ୍ଧିଜୀବି ମାନେ ମନ୍ତବ୍ୟ ପ୍ରଦାନ କରିଥିଲେ । ଏହି ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀର ସଫଳତା କାମନା କରିଛନ୍ତି ମୁଖ୍ୟ ଉପଦେଷ୍ଟା ସାଧୁ ବୃନ୍ଦାବନ ଦାସ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.