ତେଲେଙ୍ଗାନାରୁ ୩୫ ଜଣ ନିର୍ଯ୍ୟାତିତ ଦାଦନ ଶ୍ରମିକ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲାର ଶ୍ରମିକ ବାହାର ରାଜ୍ୟକୁ ଦାଦାନ ଖଟିବାକୁ ଯାଇ ନିର୍ଯାତିତ ହେବାର ଖବର ସଦାସର୍ବଦା ନଜରକୁ ଆସୁଥିବା ବେଳେ ପୁଣି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶ୍ରମିକ ନିର୍ଯାତିତ ହୋଇ ନିଜ ଘରକୁ ଫେରିଛନ୍ତି । କଳାହାଣ୍ଡି ଜିଲ୍ଲା ଓ ନୂଆପଡ଼ା ଜିଲ୍ଲାର ୩୫ ଜଣ ଶ୍ରମିକମାନଙ୍କୁ ବହୁ ଦିନ ଧରି ମିଥ୍ୟା ପ୍ରତିଶ୍ରୁତି ଦେଇ ଦଲାଲ ମାନେ ସୁଦୂର ତେଲେଙ୍ଗାନାର କଥାପଲ୍ଲୀକୁ ନେଇ ଖାଇବା ପିଇବାକୁ ନ ଦେଇ ବିଭିନ୍ନ ଶାରୀରିକ ନିର୍ଯ୍ୟାତନା ଦେଇ ଡରାଇ ଧମକାଇ ବନ୍ଦୀ କରି ରଖି ତାଙ୍କଠାରୁ କାର୍ଯ୍ୟ ହାସଲ କରି ବ୍ୟବସାୟ କରୁଥିଲେ ଏବଂ ମୋଟା ଅଙ୍କର ରୋଜଗାର କରୁଥିଲେ ବୋଲି ଉଦେପୁର ଗ୍ରାମର ହେମନ୍ତ ଭୋଇ ପ୍ରକାଶ କରିଛନ୍ତି । ଶେଷରେ ଶ୍ରମିକ ମାନେ ହତାଶ ହୋଇ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କୁ ଯୋଗାଯୋଗ କରିଥିଲେ । ଶ୍ରୀ ମଙ୍ଗରାଜ ତୁରନ୍ତ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ବନ୍ଧା ପଡ଼ିଥିବା ନିର୍ଯାତିତା ଶ୍ରମିକ ମାନଙ୍କୁ ସେଠାରୁ ଉଦ୍ଧାର କରି କଳାହାଣ୍ଡି ଜିଲ୍ଲାର ଉଦେପୁର, ଗୋତୋମୁଣ୍ଡା ସମେତ ନୂଆପଡା ଜିଲ୍ଲାର ସୁନାରୀସିକୁଆଁ, କିରକିଟା ସମେତ ଜିଲ୍ଲାର ବିଭିନ୍ନ ଜାଗାରୁ ନିଆଯାଇଥିବା ଶ୍ରମିକ ମାନଙ୍କୁ ନିଜ ନିଜ ଗାଁ ପର୍ଯ୍ୟନ୍ତ ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ । ଯୁବ କଂଗ୍ରେସ ସଭାପତି ଶ୍ରୀ ମଙ୍ଗରାଜଙ୍କ ଏପରି ଜନ ହିତକର ଉଦ୍ୟମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.