ଜଗତସିହପୁର ଜିଲ୍ଲା ଘରୋଇ ମୋଟର ପରିବହନ କର୍ମଚାରୀ ସଂଘର ସଭ୍ୟ ବାଉରିଆ ଭାଇଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ଜଗତସିହପୁର ଜିଲ୍ଲା ଘରୋଇ ମୋଟର ପରିବହନ କର୍ମଚାରୀ ସଂଘର ସଭ୍ୟ ବାଉରୀବନ୍ଧୁ ଜେନାଙ୍କ ଏକାଦଶ ବିବସରେ ଶ୍ରଦ୍ଧାଞ୍ଜଳୀ ସଭାରେ ଆୟୋଜନ କରାଯାଇଥିଲା । ସଭାରେ ସଂଘର ସାଧାରଣ ସମ୍ପାଦକ ଚକ୍ରବର୍ତ୍ତୀ ଓତା, ସହ ସମ୍ପାଦକ ଦୀପକ ଲେଙ୍କା, କୋଷାଧ୍ୟକ୍ଷ ହେମନ୍ତ ମହାନ୍ତି ଓ ସଭ୍ୟ ମାନେ ଯଥା ତପନ ମହାନ୍ତି, ଲିଟୁନା ପଢିହାରି, ସୁକାନ୍ତ ମହାନ୍ତି, ନାରାୟଣୀର ବାବୁଲା ଭାଇ, ସାଗର ବାରିକ୍, ଉମାକାନ୍ତ ନାୟକ, ସଚ୍ଚିକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ସ୍ମୃତି ଚାରଣରେ ବାଉରିଆ ଭାଇ ଜଣେ ମେଲାପି, ମିଷ୍ଟାଭାଷୀ, ସାହସୀ, ପରାଉପକରୀ ବୋଲି ସାଧୁଚରଣ ସ୍ବାଇଁ କହିଥିଲେ । ସେହି ସଭାରେ ତାଙ୍କ ଧର୍ମପତ୍ନୀ ଗଙ୍ଗା ଦେବୀ ଦୁଇ ପୁତ୍ର ପାର୍ଥ ସମ୍ବିତ ଜେନା, ପ୍ରୀୟଜିତ ଜେନା, ଝିଅ ମୋନାଲିସା ଜେନା, ଲକ୍ଷ୍ମୀପ୍ରିୟା ଜେନା, ଜ୍ବାଇଁ ମାନସ କୁମାର ମହାନ୍ତି, ଆସିଶ ମହାନ୍ତି, ଭାଇ ରଞ୍ଜନ କୁମାର ଜେନା, ମାନଭଞ୍ଜନ ଜେନା ଓ ସଭ୍ୟ ମାନକ ଉପସ୍ଥିତିରେ ୨୦,୧୦୦ ( କୋଡ଼ିଏ ହଜାର ସହେ)ଟଙ୍କା ସଂଘର ସଭ୍ୟ ମାନଙ୍କ ତରଫରୁ ସାହାଯ୍ୟ ଦିଆଯାଇଛି। ଶେଷରେ ସଂଘର ସଭାପତି ଆଇନଜୀବୀ ଶ୍ରିମିକ ନେତା ଚିନ୍ମୟ ଦାସ କାର୍ଯ୍ୟ ଜାରି ସଭାପତି ଆଇନଜୀବୀ ପ୍ରସନ୍ନ କୁମାର ମିଶ୍ର ସଂଘର ସଭ୍ୟ ମାନକୁ ସାଧୁବାଦ ଦେଇଥିଲେ। ଜଗତସଂହପୁର ଜିଲ୍ଲା ବସ ମାଲିକ ସଂଘର ସମ୍ପାଦକ ଲକ୍ଷ୍ମୀଧର ବିଶ୍ଵାଳ ଜିଲ୍ଲାରେ ଚାଲୁଥିବା ସମସ୍ତ ବସ କର୍ମଚାରି ମାନକୁ ଭଲ କାମ କରୁଥିବାରୁ ଧନ୍ୟବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.