ମୁଣ୍ଡିଗଡ଼ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ: ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱାରୋପ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ର ମୁଣ୍ଡିଗଡ଼ ଗ୍ରାମ ପଞ୍ଚାୟତରେ ମଙ୍ଗଳବାର ଦିନ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଜମିତା ମଲ୍ଲିକଙ୍କ ପ୍ରତିନିଧିତ୍ୱରେ ପ୍ରଥମ ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ ମୁଣ୍ଡିଗଡ଼ ପଞ୍ଚାୟତର ବିକାଶ ନିମିତ୍ତ ସମସ୍ତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି । ବିଶେଷ ଭାବେ ପ୍ରତି ଗାଁକୁ ରାସ୍ତା ସଂଯୋଗ, ପାନୀୟ ଜଳ, କୃଷି ଉପଯୋଗୀ ଜଳସେଚନ ବ୍ୟବସ୍ଥା, ବର୍ଷାଜଳ ସଂରକ୍ଷଣ, ପୋଖରୀ ଖନନକୁ ଗୁରୁତ୍ୱ ଦେଇ ମନରେଗା ଯୋଜନାରେ କାର୍ଯ୍ୟଖସଡ଼ା ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା ।

ଚଳିତବର୍ଷ ମୁଣ୍ଡିଗଡ଼ ପଞ୍ଚାୟତ ପାଇଁ ପ୍ରାୟ ୯୬ ହଜାର ୫ ଶହ ୪୩ ଶ୍ରମଦିବସ ଦିବସ ଅନୁମୋଦିତ ହୋଇଛି । ସରକାରଙ୍କ ନିର୍ଦେଶ ପ୍ରକାରେ ବିଶେଷ ଭାବେ ଜଳ, ଜଙ୍ଗଲ, ଜମି ର ସୁରକ୍ଷାକୁ ଧ୍ୟାନ ଦିଆଯିବ ବୋଲି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜମିତା ମଲ୍ଲିକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ତ୍ତିକ ବେହେରା ଉପସ୍ଥିତ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ଉପସ୍ଥିତ ଗ୍ରାମବାସୀମାନେ ସରକାରୀ କାର୍ଯ୍ୟରେ ସେମାନେ ସମ୍ମୁଖୀନ କରୁଥିବା ସମସ୍ୟା, ଓ ସେମାନଙ୍କ ଗାଁରେ ରହିଥିବା ସମସ୍ୟା ଗ୍ରାମସଭା ରେ ଉପସ୍ଥାପନ କରିଥିଲେ ।ଏହିପରିପ୍ରେକ୍ଷୀରେ ମୁଣ୍ଡିଗଡ଼ ପଞ୍ଚାୟତର ସମସ୍ତ ୧୩ ଟି ୱାର୍ଡ଼ର ୱାର୍ଡମେମ୍ବର କନିଷ୍ଠ ଯନ୍ତ୍ରୀ ପ୍ରଣୟ କୁମାର ମିଶ୍ର, ଗ୍ରାମ ରୋଜଗାର ସେବକ କାଂସିରାମ ଦିଗାଳ, ବନପାଳ ସିମିତା ନାୟକ, ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ ଓ ବିଭିନ୍ନ ୱାର୍ଡ଼ରୁ ଗ୍ରାମବାସୀ ଗଣ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.