ପାତ୍ରବୁଡା ବୁଢ଼ାରାଜା ନକ୍ଆଉଟ୍ କ୍ରିକେଟ୍ ଉଦଯାପିତ

ଥୁଆଙ୍ଗପଦରକୁ ହରାଇ ମାଳିପଡା ଚାମ୍ପିଅନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତ ବଙ୍କାକୁଣ୍ଡରୁ ଗାଁ ଖେଳପଡିଆଠାରେ ବଙ୍କାକୁଣ୍ଡରୁ ପାତ୍ରବୁଡା ବୁଢ଼ାରାଜା ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଘାପିତ ହୋଇଯାଇଛି। ଆଜିର ମ୍ୟାଚ୍ ଥୁଆଙ୍ଗପଦର ଓ ମାଳିପଡା ଦଳ ମଧ୍ୟରେ ହୋଇଥିଲା। ଥୁଆଙ୍ଗ ପଦର ଦଳ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରି ୮ ଓଭର ୫ ବୋଲ ବିନିମୟରେ ୪୪ ରନ୍ କରିଥିବା ବେଳେ ଜବାବରେ ମାଳିପଡା ଦଳ ୫ ଓଭର ୧ ବୋଲ ୭ ଉଇକେଟ୍ ବିନିମୟରେ ୪୫ ରନ୍ କରି ବିଜୟ ଲାଭ କରିଥିଲେ। ଉଦଜାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ଜୋନ୍ -୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ମାଳିଯୁବାଙ୍ଗ ସରପଞ୍ଚ ମମତା ମାଝୀ, ନାଏବ ସରପଞ୍ଚ ଶିବରାମ ନାଏକ, ୱାଡ଼ ମେମ୍ବର ସୁବାଷ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରେମଲାଲ ଦୁର୍ଗା ଓ ସପୁର ନାଏକ ଖେଳ ପରିଚାଳନା କରିଥିଲେ। ସ୍କୋର ବୋର୍ଡରେ ନବୀନ ନାୟକ ଓ ଧାରାବିବାରଣୀରେ କମଳାକାନ୍ତ ନାଏକ ସହଯୋଗ କରିଥିଲେ।କାର୍ଯ୍ୟକ୍ରମରେ ବଙ୍କାକୁଣ୍ଡରୁ ପାତ୍ରବୁଡା ବୁଢ଼ାରାଜା ନକଆଉଟ୍ ସଂଘ ପକ୍ଷରୁ କପୁର ନାଏକ, ଅଜୟ ନାଏକ, କମଳାକାନ୍ତ ନାଏକ, ସୁରେନ୍ଦ୍ର ନାୟକ, ସଞ୍ଜୟ ନାୟକ, ପୁରୁନ୍ଦର ବିଭାର ସମେତ କ୍ରିକେଟ ସଂଘର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।ଏହି ପ୍ରତିଯୋଗିତା ଗତ ମେ ୧୦ ତାରିଖରେ ଆରମ୍ଭ ହୋଇଥିବା ବେଳେ ଏଥିରେ ୨୪ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.