ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସ୍ଥିତ ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମେଦିନୀପୁର ଓ ଗଣନାଥପୁର କ୍ଳଷ୍ଟର ମିଳିତ ଆନୁକୁଲ୍ୟରେ ଏକ ସ୍ଵତନ୍ତ୍ର ଶିକ୍ଷଣ କାର୍ଯ୍ୟକ୍ରମ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ “ପଢିବାକୁ ଶିଖିବା ଶିଖିବାକୁ ପଢିବା” ଅବସରରେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସଭାପତି ପ୍ରଦୀପ କୁମାର ସାହୁ ପ୍ରଧାନ ଶିକ୍ଷକ ମେଦିନୀପୁର ପ୍ରାଥମିକ ବିଦ୍ୟାଳୟ, ମୁଖ୍ୟ ଅତିଥି ଟେମଲାଲ ଦୁବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କଳାହାଣ୍ଡି, ମୁଖ୍ୟ ବକ୍ତା ଲଲିତ କାନୁନଗୋ ବରିଷ୍ଠ ସାମ୍ବାଦିକ ଓଡିଶା ଭାସ୍କର, ସମ୍ମାନିତ ଅତିଥି ଭାବରେ ଜୟ କୁମାର ମାଝୀ ଏବିଇଓ, ସାରଙ୍ଗଧର ମୁଣ୍ଡ ଏବିଇଓ, ହୃଷୀକେଶ ନାଏକ ଏବିଇଓ, ବସୁମତୀ ସାହୁ ପ୍ରଧାନ ଶିକ୍ଷୟତ୍ରୀ ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଶ୍ଵଜିତ ରାୟ ସିଆରସିସି ଗଣନାଥପୁର, ତୁଲସୀ ରାମ ସାହୁ ସିଆରସିସି ମେଦିନୀପୁର, ଜଗନ୍ନାଥ ତ୍ରିପାଠୀ, ସୁର ସଙ୍ଗୀତ କଳା ପ୍ରତିଷ୍ଠାନ, ଶୂନ୍ୟ ମଙ୍ଗରାଜ ଅଧ୍ୟକ୍ଷ ବିଦ୍ୟାଳୟ ପରିଚାଳନା କମିଟି ପ୍ରମୁଖ ଯୋଗ ଦେଇଥିଲେ।ମେଦିନୀପୁର ଓ ଗଣନାଥପୁର କ୍ଳଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଇଚ୍ଛାପୁର ଗ୍ରାମବାସୀ ତଥା ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ। ମଞ୍ଚାସୀନ ସମସ୍ତ ଅତିଥିମାନେ ପଢିବାକୁ ଶିଖିବା ଶିଖିବାକୁ ପଢିବା କାର୍ଯ୍ୟକ୍ରମକୁ କିପରି ପ୍ରତି ବିଦ୍ୟାଳୟ ସ୍ତରରେ କାର୍ଯ୍ୟକାରୀ ହୋଇପାରିବ ଆଲୋଚନା କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତଙ୍କ ଜୀବନୀ ଉପରେ ଆଲୋଚନା ତଥା ଅବସର ପରବର୍ତ୍ତୀ ଜୀବନ ସୁଖମୟ ଓ ସୁସ୍ଥମୟ ହେଉ ବୋଲି କାମନା କରିଥିଲେ, ମଞ୍ଚ ପରିଚାଳନା ରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାଂଗାମା ପାତ୍ର ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ। କ୍ଳଷ୍ଟର ଏବଂ ବିଦ୍ୟାଳୟ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରୀତି ଉପହାର ପ୍ରଦାନ କରାଯାଇଥିଲା। ଶେଷରେ ଶୂନ୍ୟ ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.