ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ମଣିଷର ଜୀବନ କେତେ ବେଳେ କେଉଁ ପରିସ୍ଥିତିରେ ଜିବ ତାହା କହିହେବ ନାହିଁ । ଏପରି ଏକ ଘଟଣା ଘଟିଛି କେସିଙ୍ଗା ୱାର୍ଡ ନମ୍ୱର ୯ରେ ଥିବା ଖଲିଆ ବନ୍ଧଠାରେ। କେସିଙ୍ଗା ସହର ୱାର୍ଡ଼ ନଂ ୬ର ଦୟା ପାଣ୍ଡେ (୫୫) ନାମକ ଜଣେ ବ୍ୟକ୍ତି ରାତିରେ ଶୌଚ ପାଇଁ ଖଳିଆ ବନ୍ଧକୁ ଯାଇଥିବା ସମୟରେ ଗୋଡ଼ ଖସି ଯିବାରୁ ପୋଖରୀ ହୁଡାରେ ଥିବା କଂକ୍ରିଟ ରାସ୍ତା ଉପରେ କଚାଡି ହୋଇ ପଡିଯିବାରୁ ସେହି ଠାରେ ତାଙ୍କର ମୃତ୍ୟୁ ହୋଇଥିଲା ଜଣାପଡିଛି । ମୃତ ବ୍ୟକ୍ତି ଜଣେ ଗରିବ ଶ୍ରେଣୀର ଲୋକ ଓ ସେ ରାସ୍ତା କଡ଼ରେ ଥିବା ହୋଟେଲ ମାନଙ୍କରେ କାମକରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ତାଙ୍କର ତିନି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ସକାଳୁ ସ୍ଥାନୀୟ ଲୋକେ ଶବ ପଡ଼ିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । କେସିଙ୍ଗା ଥାନାଧିକାରୀ ସତ୍ୟ କୁମାର ନନ୍ଦ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁ ଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।