ମିଳୁନି ଜେନେରାଲ ଟିକେଟ, ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ଼ ଓ ରୁପ୍ରାରୋଡ଼ ରେଳ ଷ୍ଟେସନରେ ଗତ ମଇ ୧୫ରୁ ପୁରୀ- ଅହମଦାବାଦ, କୋରବା- ବିଶାଖାପାଟଣା ଲିଙ୍କ ଏକ୍ସପ୍ରେସ, ହାବଡା- ଜଗଦଲପୁର ଏକ୍ସପ୍ରେସ ଗୁଡିକର ପୁନଃ ରହଣୀ ଆରମ୍ଭ ହେଲା । ଏନେଇ ଅଞ୍ଚଳ ବାସୀ ଅନେକ ଖୁସି । ଅନ ଲାଇନରେ ଓ ନର୍ଲାରୋଡ଼ ରେଳ ଷ୍ଟେସନ ରେ ସ୍ଲିପର ଓ ସିଟିଂ ସିଟ ନିମନ୍ତେ ଅଗ୍ରୀମ ଆରକ୍ଷଣ ଟିକେଟ ବୁକିଙ୍ଗ ମଧ୍ୟ ମଇ ୧୫ ରୁ ଆରମ୍ଭ ହେଲା । ହେଲେ ବହୁତ ଦୁଃଖର ବିଷୟ ବିନା ଆରକ୍ଷଣରେ ସାଧାରଣ ଯାତ୍ରୀଙ୍କ ନିମନ୍ତେ ଷ୍ଟେସନରେ ଦିଆଯାଉନାହିଁ ଜେନେରାଲ ଟିକେଟ । କେବଳ ସମ୍ବଲପୁର- ରାୟଗଡା ଇଂଟରସିଟି ଗୋଟିଏ ଟ୍ରେନରେ ହିଁ ମିଳୁଛି ଜେନେରାଲ ଟିକେଟ । ନର୍ଲାରୋଡ଼ ଷ୍ଟେସନରେ ପୁନଃ ରହଣୀ ରହିଥିବା ବାକି ତିନିଗୋଟି ଟ୍ରେନରେ ମିଳୁନି ଜେନେରାଲ ଟିକେଟ । ଉପରୋକ୍ତ ତିନିଗୋଟି ଏକ୍ସପ୍ରେସ ଟ୍ରେନରେ ପୁନଃ ରହଣୀ ରହିଥିବା ନର୍ଲାରୋଡ଼ ଓ ରୁପ୍ରାରୋଡ଼ ଷ୍ଟେସନ ଜେନେରାଲ ଟିକେଟ ଦେବାପାଇଁ ନର୍ଲାରୋଡ଼ ରେଳଯାତ୍ରୀ ସୁରକ୍ଷା ସମିତି ଓ ରୁପ୍ରାରୋଡ଼ ରେଳଯାତ୍ରୀ ସୁରକ୍ଷା ସଂଘ ତରଫରୁ ଦାବୀ ହେଉଛି । କରୋନା ସଂକ୍ରମଣ ହେବା ପୂର୍ବରୁ ବିଶାଖାପାଟନମ- ନିଜାମୁଦ୍ଦିନ ସମତା ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ, ଏଲେପି- ଧାନବାଦ, କୋରବା – ବିଶାଖାପାଟନମ ଲିଙ୍କ୍ ଏକ୍ସପ୍ରେସ ଟ୍ରେନ, ପୁରୀ- ଅହମଦାବାଦ, ବିଲାସପୁର-ତିରୁପତି ଏକ୍ସପ୍ରେସ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଗୁଡିକ ନର୍ଲାରୋଡରେ ରହଣୀ ରହିଥିଲା । ନର୍ଲାରୋଡ଼ ତଥାର ୧୦ରୁ ଉର୍ଦ୍ଧ୍ବ ଗାଁର ଲୋକେ ବିଭିନ୍ନ ସ୍ଥାନକୁ ଯାତ୍ରା ନିମନ୍ତେ ନର୍ଲାରୋଡ଼ ରେଳ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି ସମତା ଏକ୍ସପ୍ରେସରେ ରାଜଧାନୀ ଦିଲ୍ଲୀ ଯିବାର ସୁବିଧା ରହିଥିବା ବେଳେ ସମତା ଓ କୋରବା ଏକ୍ସପ୍ରେସରେ ଏଠାକାର ଲୋକେ ବିଭିନ୍ନ ରୋଗରେ ପିଡିତ ମାନଙ୍କୁ ନେଇ ଚିକିତ୍ସା ନିମନ୍ତେ ବିଶାଖାପାଟନମ ଯାଇଥାନ୍ତି । କରୋନା ଲକଡାଉନ ଯୋଗୁଁ ଗତ ୨୦୨୦ ଅପ୍ରେଲ ୩୧ରୁ ଟ୍ରେନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଖୋଲିବା ପରେ ଗତ ୨୦୨୦ ଅଗଷ୍ଟ ମାସରୁ ସ୍ୱତନ୍ତ୍ର ଟ୍ରେନ ଭାବରେ ସମତା, କୋରବା, ଏଲେପି-ଧାନବାଦ,ତିରୁପତି ଏକ୍ସପ୍ରେସ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଆଗରୁ ଷ୍ଟପେଜ ରହିଥିବା ନର୍ଲାରୋଡ ଷ୍ଟେସନ ଓ ରୁପ୍ରାରୋଡ଼ ଷ୍ଟେସନ ରେ ଆଉ ଉପରୋକ୍ତ ଟ୍ରେନ ଗୁଡିକର ଷ୍ଟପେଜ ଦିଆଯାଇ ନଥିଲା । କଳାହାଣ୍ଡି ଜିଲ୍ଲାର କେବଳ କେସିଙ୍ଗା ଗୋଟିଏ ଷ୍ଟେସନରେ ହିଁ ଷ୍ଟପେଜ ରହିଥିଲା । ଲୋକେ ବାରମ୍ବାର ରେଳ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଲେଖି ଜଣାଇଲେ । ନେତା ମନ୍ତ୍ରୀଙ୍କୁ ଜଣାଇଲେ । ଫଳ କିଛି ମିଳିଲାନି । ଅପ୍ରେଲ ୧୧ରେ ଏଥିପାଇଁ ରୁପ୍ରାରୋଡ଼ ଷ୍ଟେସନରେ ବଡ ଧରଣର ରେଳରୋକ ଆନ୍ଦୋଳନ ହେଲା । ଏହାପରେ ନର୍ଲାରୋଡ଼ ଓ ରୁପ୍ରା ରୋଡ଼ ଷ୍ଟେସନ ରେ ମଇ ୧୫ ରୁ ତିନିଗୋଟି ଟ୍ରେନ ର ପୁନଃ ରହଣୀ ହେଲା । ଅନ ଲାଇନରେ ସିଟ ବୁକିଙ୍ଗ ମଧ୍ୟ ଆରମ୍ଭ ହେଲା। ହେଲେ ସେଦିନ ତତକ୍ଷଣାତ୍ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ପାଇଁ ଜେନେରାଲ ଟିକେଟର ସୁବିଧା ଦିଆଯାଇ ନାହିଁ । ଅତି ଶୀଘ୍ର ଏ ସୁବିଧା ଯୋଗାଇ ଦେବାପାଇଁ ସାଧାରଣ ଲୋକେ ଦାବୀ କରୁଥିବା ବେଳେ ଜୁନ ୧୭, ଜୁନ ୨୬ ଓ ଜୁଲାଇ ମାସରୁ ପର୍ଯ୍ୟାୟ କ୍ରମେ ପୁନଃ ରହଣୀ ରହିଥିବା ସମସ୍ତ ଟ୍ରେନ ପାଇଁ ଜେନେରାଲ ଟିକେଟ ପ୍ରଦାନ କରାଯିବା ପାଇଁ ବିଭାଗୀୟ ଚିଠି ଆସି ଯାଇଛି । ଏଣୁ ଚିଠି ଅନୁଯାୟୀ ଧାର୍ଯ୍ୟ ଦିନ ଗୁଡିକରୁ ଟିକେଟ ଦିଆଯିବ ବୋଲି ନର୍ଲାରୋଡ଼ ଷ୍ଟେସନ ଅଧିକ୍ଷକ ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.