ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ଅଂଚଳରେ ରଜର ଉଲ୍ଲାସ ଦେଖିବାକୁ ମିଳିଛି । ଆଜି ରଜ ପାଳନ ପାଇଁ ବିଶେଷ କରି ଝିଅ ଓ ମହିଳା ମାନେ ସକାଳୁ ନୂଆଁ ଡ୍ରେସ, ଶାଢ଼ୀ ପିନ୍ଧି ସଜବାଜ ହେବା ସହ ପାରମ୍ପରିକ ପିଠାପଣା, ପାନ, ଭୋଜନ ଆଦି ତିଆରି କରିଥିଲେ । ଏଥିସହ ହାତିବନ୍ଧା ଗାୟତ୍ରୀ ମନ୍ଦିର ପରିସରରେ ଟେଣ୍ଟ, ସାଉଣ୍ଡ ଆଦି ମାଧ୍ଯମରେ ସାଜସଜ୍ଜା କରି ଆକର୍ଷଣୀୟ ରଜ ଦୋଳି ତିଆରି କରିଛନ୍ତି । କୁନିକୁନି ଛୁଆଙ୍କ ସହ ଝିଅ ଓ ମହିଳା ମାନେ ରଜ ଗୀତ ଗାଇ ଦୋଳି ଝୁଲିବା ସହ ବିଭିନ୍ନ ଖେଲରେ ମାତିଥିବା ଦେଖିବାକୁ ମିଳିଛି । ସିନାପାଲି ଜଗନ୍ନାଥ ଛକ ଅଂଚଳ ସହ ବିଭିନ୍ନ ସ୍ଥାନରେ ରଜ ପର୍ବର ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଏହା ଆଜି ଓ କାଲି ଦୁଇ ଦିନ ପାଳନ କରାଯିବ ବୋଲି ଜଣାପଡ଼ିଛି ।