କୋଠଘର ଆମ ସାହିତ୍ୟ ପରିବାରର ବାର୍ଷିକ ଉତ୍ସବ ସମାରୋହ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଗୀତ ଗୋବିନ୍ଦ ସଦନରେ କୋଠ ଘର ଆମ ସାହିତ୍ୟ ପରିବାରର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ମୁଖ୍ୟବକ୍ତା ବିଶିଷ୍ଟ କବି ତଥା ରାଜନୈତିଜ୍ଞ ପ୍ରସନ୍ନ ପଟ୍ଟଶାଣୀ, ସମ୍ମାନିତ ଅତିଥି ବିଶିଷ୍ଟ ଅନୁବାଦକା ଶକୁନ୍ତଳା ବଳିୟାର ସିଂହ, ସମ୍ମାନିତ ବକ୍ତା ବିଶିଷ୍ଟ କବି ଡକ୍ଟର ହୁସେନ ରବି ଗାନ୍ଧୀ ଓ ସମ୍ମାନିତ ଅତିଥି ଶିକ୍ଷା ପରାମର୍ଶ ଦାତା ଜ୍ଞାନଚାନ୍ଦ ଶତପଥୀ ପ୍ରମୁଖ ଯୋଗଦେଇ ସାହିତ୍ୟ ମାନବବାଦର ଜୟଗାନ କରି ସମାଜକୁ ସୁସ୍ଥ, ସୁନ୍ଦର ଓ ଶୃଙ୍ଖଳିତ କରିବାରେ ପଥପଦର୍ଶକ ହେଉ ବୋଲି ମତବ୍ୟକ୍ତ କରିଥିଲେ । ଭାଷା ବିଜ୍ଞାନୀ ଡ଼ଃ ଦେବାଶିଷ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରତିଷ୍ଠାତ୍ରୀ, ସମ୍ପାଦିକା ଅମ୍ବିକା ସ୍ୱାଇଁ ସମ୍ପାଦକୀୟ ବିବରଣୀ ପାଠ ସହ କୋଠଘର ଆଭିମୁଖ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ । କୋଠଘର ପତ୍ରିକା ଏବଂ ଲଳିତ ମୋହନ ମିଶ୍ରଙ୍କର ଗଳ୍ପ ପୁସ୍ତକ ଜୀବନ ଜ୍ୟାମିତି ଲୋକାର୍ପିତ ହୋଇଥିଲା ।

Omkar Vasthu
Omkar Vasthu

ମିତା ପଟ୍ଟନାୟକ ଓ ଶିବାନନ୍ଦ ବାରିକ ମଞ୍ଚ ପରିଚାଳନା, ଗାୟତ୍ରୀ ତ୍ରିପାଠୀ ବେଦପାଠ, ଇତିଶ୍ରୀ ଦୀକ୍ଷିତ ସ୍ୱାଗତ ସଂଗୀତ ପରିବେଷଣ କରି ଥିଲେ । ଏହି ଅବସରରେ ଡ଼ଃ ଅଞ୍ଜଳି ତ୍ରିପାଠୀ ଓ ଅଧ୍ୟାପକ ଭାବଗ୍ରାହୀ ବଳ ଶୈଳଭାମା ବିମ୍ବାଧର ସ୍ମୃତି ସମ୍ମାନରେ ସମ୍ମାନିତ ହୋଇଥିଲେ । ଏବଂ କବୟତ୍ରୀ ମମତା ବାରିକ ବାଉରୀବନ୍ଧୁ ଲେଙ୍କା, ଗୋଲକ ବିହାରୀ ନାୟକ, ଅକ୍ଷୟ ସାହୁ ପ୍ରଭୁତି କୋଠଘର ସମ୍ମାନରେ ସମ୍ମାନିତ ହୋଇ ଥିଲେ । ପ୍ରଥମ ଅଧିବେଶନ କବିତା ଆସରକୁ ଉଦଘାଟନ କରିଥିଲେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ସଂଯୋଜନା କରିଥିଲେ କବି ପୂର୍ଣ୍ଣାନନ୍ଦ ମହାନ୍ତି, ସଂଯୁକ୍ତା ପରିଡା, ପୁଷ୍ପଲତା ନନ୍ଦ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସଦସ୍ୟ ଅରୁଣ କୁମାର ମହାନ୍ତି, ପ୍ରୀତିରଞ୍ଜନ ନାୟକ, ମାନପତ୍ର ପାଠ କରିଥିଲେ ସୁମିତା ବେହରା ବାପି, ନମିତା ପାଇକରାୟ, ରଶ୍ମି ସାମଲ, ବୀଣାପାଣି ଚୌଧୁରୀ , ଚିତ୍ରା ମିଶ୍ର ଓ ଭାରତୀ ପରିଡା । ପରିଶେଷରେ ଧନ୍ୟବାଦ ଦେଇଥିଲେ ଆଶୁତୋଷ ମେହେର । ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଥିଲେ ରକ୍ଷକ ନାୟକ, ଡ଼ଃ ସୁଚେତା ରାଉତ, କାନନ ବାଳା ପଟ୍ଟନାୟକ, ଡ଼ଃ ବିଦ୍ୟୁତଲତା ଗନ୍ତାୟତ, ଡ଼ଃ ଶଶୀ ଭୂଷଣ ମହାପାତ୍ର, ସୁଷମା ପରିଜା, ଅରୁଣ କୁମାର ବିଶ୍ୱାଳ । ଡ଼ଃ ରମେଶ ପ୍ରସାଦ ମହାନ୍ତି, ଅଲେଖ ଚରଣ ରାଉତ ଇତ୍ୟାଦି ଏକଶତରୁ ଅଧିକ କବି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.