ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭିଜାମାଟିର ବାସ୍ନା। ଚାରିଆଡେ ଦୋଳି, ପୋଡ଼ପିଠା ଓ ପାନରେ ପାଳିତ ହେଉଛି ଓଡ଼ିଶାର ଗଣପର୍ବ ରଜ। ଆଜି ରଜ ସଂକ୍ରାନ୍ତି। ଗାଁରୁ ସହର ପୋଡ଼ପିଠାରେ ମହକୁଛି ପରିବେଶ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଲଗାଇ ଓ ଅନ୍ୟ ଶୃଙ୍ଗାର କରି ରଜ ଦୋଳିର ଆନନ୍ଦ ଉଠାଉଛନ୍ତି କୁଆଁରୀ ଝିଅ। କୋଭିଡ ପାଇଁ ୨ବର୍ଷ ଧରି ଧୁମଧାମରେ ପାଳନ କରିପାରିନଥିଲେ ଲୋକେ। ଏଥର କିନ୍ତୁ ଏକାଠି ହୋଇ ପାଳିଛନ୍ତି ରଜ।
ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ପାଳିତ ହେଉଥିବା ବେଳେ ଲାଞ୍ଜିଗଡ଼ ବ୍ଲକର ଗାଁ ଗାଁ ରେ ପାଳିତ ହେଉଛି ଆନନ୍ଦର ପର୍ବ ରଜ । ସବୁଠି ଉତ୍ସବ ଦେଖିବାକୁ ମିଳୁଛି ପିଲାରୁ ବୟସ୍କ ସମସ୍ତେ ଆନନ୍ଦିତ।
କୁଆଁରୀ ଝିଅର ଖୁସି କହିଲେ ନ ସରେ କାରଣ, ଦୁଇ ବର୍ଷ ପରେ ଖୁସିର ପସରା ମେଳି ଆସିଛି। ଲାଞ୍ଜିଗଡ଼ ରଜର ସ୍ବାତନ୍ତ୍ରତା ହେଲା ପ୍ରକୃତି କୋଳରେ ପାରମ୍ପାରିକ ବିଧାନ ଅନୁସାରେ ତଥା ଲୋକାଚାର ମତରେ ଏହି ପର୍ବ ପାଳିତ ହୁଏ।
ଗାଁ ଆମ୍ବ ତୋଟା ପାହାଡ଼ ପର୍ବତର କୋଳରେ ଥିବା ବୃକ୍ଷରାଜିରେ ଏକାଠି ହୋଇ ମସ୍ତି କରନ୍ତି କୁଆଁରୀ ମାନେ। ତେବେ ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼, ଛତ୍ରପୁର, ବେନଗାଁ, ବିଶ୍ଵନାଥ ପୁର, ପଖୋରୀବନ୍ଧ, ସିକେରକୁପା, କିଡିଙ୍ଗ, ଦୁର୍ଭଟା, ମଧୁପୁର ଆଦିରେ କୁଆଁରୀ ମାନେ ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ସାଙ୍ଗ ମାନଙ୍କ ସହିତ ମଜା ମଜଲିସ କରିବାରେ ସତେ ଯେମିତି ଏକ ଅପୁର୍ବ ସୁଯୋଗ।
ଆରିସା, କାକରା ଓ ବିଶେଷ କରି ପୋଡ଼ ପିଠାରେ ଗାଁ ମୁହଁକୁ ଥିବା ବେଳେ କଟମକ କଲାଣି ରଜ ଦୋଳି ତେବେ ଗତକାଲି ପହିଲି ରଜ ସରିଯାଇଥିବା ବେଳେ ଆଜି ଦିତୀୟ ରଜ ବା ରଜ ସଂକ୍ରାନ୍ତି ଅବସରରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଆୟୋଜନ କରାଯାଇଛି। କେଉଁଠି ଦୋଳି ଓ ପୁଚି ଖେଳ ତ ଆଉ କେଉଁଠି ପ୍ରତିଯୋଗିତା କରାଯାଇଛି।