ନିଶା ନିବାରଣ ପାଇଁ ମହିଳାଙ୍କ ସଚେତନତା ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ):‌ ସେ ଗାଁ ର ହୁଅନ୍ତୁ ଅବା ସହର, ମହିଳାମାନେ ଆଉ ଆଗ ପରି ଘର କୋଣରେ ନରହି ପଦାକୁ ଆସିଲେଣି । ନିଜେ ସ୍ୱାବଲମ୍ବୀ ହେବା ସହ ନିଶାନିବାରଣ ନେଇ ସଚେତନତା ସୃଷ୍ଟି କରିବା ସହ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ଖଜୁରୀପଡା ବ୍ଲକ ଅନ୍ତର୍ଗତ ବଳସକୁମ୍ପା ପଂଚାୟତ ମହିଳା ମାନେ । ଗାଁ ରେ କେହି ନିଶା ଦ୍ରବ୍ୟ ବିକ୍ରୀ କରିବେ ନାହିଁ କି ନିଶା ସେବନ କରିବେ ନାହିଁ ବୋଲି ମହିଳାମାନେ ରାଲି କରି ସତର୍କ କରିଦେଇଛନ୍ତି । ସେହିପରି ପୋଲିସ ଓ ଅବକାରୀ ବିଭାଗକୁ ମଧ୍ୟ ସେମାନେ ସତର୍କ ଦୃଷ୍ଟି ରଖିବା ଲାଗି ପରାମର୍ଶ ଦେଇଛନ୍ତି । ନିଶା ସେବନ କରି ଗାଁରେ କିଛି ଅଘଟଣ ଘଟିଲେ ପୋଲିସ ଓ ଅବକାରୀ ବିଭାଗ ହିଁ ଦାୟୀ ରହିବେ ବୋଲି କହିଛନ୍ତି । ଶନିବାର ଆୟୋଜିତ ଏହି ସଭା ଓ ଶୋଭାଯାତ୍ରାରେ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.