ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ମଶାଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ଏକ କର୍ମଶାଳା କୋକସରା ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କ ପରିଚାଳନାରେ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଜିଲ୍ଲା ଡି.ଏସ.ଏସ.ଓ ମଦନଜିତ ହୋତା, ଜିଲ୍ଲା ପରିଷଦ ଯୋନ ୨ ସଭ୍ୟ ତ୍ରିନାଥ ବାଗ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଜିପିଓ ନାରାୟଣ ଭୋଇ, ଅଗ୍ନିଶମ ବିଭାଗ ଅଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନ, ଅନନ୍ତ ପଟେଲ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା. ତତ୍ୱଦର୍ଶୀ ଦାସ, ବିପିଏମ ମାନସ ନୟନ ସ୍ୱାଇଁ ସମେତ କୋକସରା ବ୍ଲକର ନିର୍ବାଚିତ ଜନ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ଏହି କର୍ମଶାଳାରେ ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ବାତ୍ୟା, ଭୂମିକମ୍ପ, ଅଗ୍ନିକାଣ୍ଡ, ଜଳ ପ୍ରଳୟ, ସମୟରେ କେମିତି ଧନ ଜୀବନକୁ ସୁରକ୍ଷିତ ଭାବେ ରକ୍ଷା କରିବା ସେ ନେଇ ବିଭିନ୍ନ ବିଭାଗର ଅଧିକାରୀ ମାନେ ନିଜର ଅନୁଭୂତି ଓ ମତ ପ୍ରକାଶ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.