ଅଗ୍ନୀପଥ ପ୍ରତ୍ଯାହାର ଦାବୀରେ ଗର୍ଜିଲା ଏଆଇଏସ୍ଏଫ୍

ବିକ୍ଷୋଭ ପ୍ରଦର୍ଶନ: ପ୍ରଧାନମନ୍ତ୍ରୀ ମୋଦୀ, ରକ୍ଷାମନ୍ତ୍ରୀ ରାଜନାଥଙ୍କ ସମେତ ଆଦାନୀ ଆମ୍ଵାନୀଙ୍କ କୁଶ ପୁତ୍ତଳିକା ଦାହ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ଵର: ସେନାରେ ୪ବର୍ଷିଆ ଚୁକ୍ତି ଭିତ୍ତିକ ଠିକା ନିଯୁକ୍ତି ପାଇଁ ପ୍ରଣୟନ ହୋଇଥିବା ଅଗ୍ନୀପଥ ଯୋଜନା ପ୍ରତ୍ଯାହାର ଦାବୀରେ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍ଏଫ୍) ପକ୍ଷରୁ ଓଡିଶା ବିଧାନ ସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ କୁଶ ପୁତ୍ତଳିକା ଦାହ କରାଯାଇଛି।୨୦୧୯ ପରଠାରୁ ସେନାରେ ନିଯୁକ୍ତି ବନ୍ଦ ଥିବା ବେଳେ କରୋନା ପୂର୍ବରୁ ଖାଲିଥିବା ପଦବୀ ପୁରଣ ନିମନ୍ତେ ଏପର୍ଯ୍ଯନ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ କରାଯାଇ ନାହିଁ। ସେନା ବାହିନୀରେ ଏକ ଲକ୍ଷ ୨୫ହଜାର ପଦବୀ ଖାଲି ଥିଲେ ସୁଧା ସେହି ପଦଵୀ ପୁରଣ ପରିଵର୍ତ୍ତେ, ଅଗ୍ନୀପଥ ଯୋଜନା ନାମରେ ମାତ୍ର ୪ବର୍ଷ ନିମନ୍ତ ଠିକାରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଁ ସରକାରଙ୍କ ନିଷ୍ପତ୍ତି ଗ୍ରହଣ ରାଷ୍ଟ୍ରର ପ୍ରତିରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରାଇଵାର ସୁଯୋଗ ସୃଷ୍ଟି କରିଛି ବୋଲି କହିଛି ଏଆଇଏସ୍ଏଫ୍।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଯୋଜନା ଘୋଷଣା ପୂର୍ବରୁ ବରିଷ୍ଠ ସେନା ଅଧିକାରୀ ମାନଙ୍କୁ ପୁନଃ ନିଯୁକ୍ତି କରାଯାଇଛି। ଅଗ୍ନୀପଥ ଯୋଜନା ଅନୁସାରେ ୪ବର୍ଷ ସେନାରେ କାର୍ଯ୍ଯ କରିଵା ପରେ ୭୫%ରୁ ଉର୍ଦ୍ଧ୍ଵ ଅଗ୍ନୀବୀରଙ୍କୁ ଚାକିରୀରୁ ବାହାର କରିଦିଆଯିବା ବେଳେ ସେମାନଙ୍କୁ ସ୍ଥାୟୀ ସେନା କର୍ମଚାରୀଙ୍କୁ ମିଳୁଥିବା କୌଣସି ସୁବିଧା ସୁଯୋଗ ମିଳିବ ନାହିଁ। ସେନାରୁ ବିଦାହୋଇଥିଵା ଏହି ୭୫% ଅଗ୍ନୀବୀରମାନଙ୍କର ଅନିଶ୍ଚିତ ଭବିଶ୍ଯତର ସୁଯୋଗ ଆତଙ୍କବାଦୀ ଓ ଉଗ୍ରପନ୍ଥୀ ସଂଗଠନମାନେ ନେବାର ଦ୍ଵାର ଉନ୍ମୁକ୍ତ କରିବ। ଏହା ଦେଶର ସାର୍ବଭୌମତ୍ୱ ଓ ଆଭ୍ଯନ୍ତରୀଣ ନିରାପତ୍ତା ପ୍ରତି ଏକ ଆହ୍ଵାନ ଭାଵେ ଉଭା ହେବ। ଭାରତୀୟ ସେନାକୁ ଦୁର୍ବଳ କରି ଅମ୍ଵାନୀ-ଆଦାନୀଙ୍କ ଭଳି ପୁଞ୍ଜିପତିଙ୍କ ନିଜସ୍ଵ ମାଲିକାନାର ସେନାବାହିନୀ ଗଠନ ପାଇଁ ସହାୟକ ହେବ। ସମସ୍ତ ରାଷ୍ଟ୍ରୀୟ ସମ୍ଵଳ ଯଥା ରେଳ, ପ୍ରତିରକ୍ଷା ଉତ୍ପାଦନ ଶିଳ୍ପ, ବିମାନ ବନ୍ଦର, ବନ୍ଦର, ପୋତାଶ୍ରୟ, ଭାରତୀୟ ଜୀବନ ବୀମା, ବ୍ୟାଙ୍କ, GAIL, HAL, BHEL, SAIL ଇତ୍ଯାଦିକୁ ମୁଷ୍ଟିମେୟ ପୁଞ୍ଜିପତିଙ୍କ ଲାଭ ଲୋଭ ଚରତାର୍ଥ କରିଵା ପାଇଁ ବିକ୍ରୀ କରି ଦେଇଥିବା ସ୍ଥଳେ ସ୍ଥାୟୀ ନିଯୁକ୍ତିର ସମସ୍ତ ଦ୍ଵାର ବନ୍ଦ କରି ଦିଆ ଯାଇଛି।ସରକାର ବାର୍ଷିକ ୨କୋଟି ନିଯୁକ୍ତିର ପ୍ରତିଶୃତି ଦେଇ ୧୨କୋଟି ନିଯୁକ୍ତି ସମାପ୍ତ କରି ୪୫ ବର୍ଷର ସର୍ବକାଳୀନ ଵେରୋଜଗାରୀ ରେକର୍ଡ଼ ସୃଷ୍ଟି କରିଛନ୍ତି ବୋଲି ଏଆଇଏସ୍ଏଫ୍ ପକ୍ଷରୁ ମତ ପ୍ରକାଶ ପାଇଛି। ଅଗ୍ନୀପଥ ଯୋଜନା ପାଇଁ ସମଗ୍ର ଦେଶରେ ପ୍ରତିବାଦର ନିଆଁ ଜଳୁଛି।

Udyog Nursery
Udyogi Nursery

ତେଣୁ ଅଗ୍ନୀପଥ ଯୋଜନା ପ୍ରତ୍ଯାହାର କର, କରୋନା ପୂର୍ବରୁ ସେନାରେ ନିଯୁକ୍ତି ପାଇଁ ସେନାରେ ମନୋନିତ ପ୍ରାର୍ଥୀଙ୍କ ବୟସସୀମା କୋହଳ କରି ଅବିଳମ୍ଵେ ନିଯୁକ୍ତି ଦିଆଯାଉ, ଠିକା ନିଯୁକ୍ତି ପ୍ରଥା ବନ୍ଦ କର, ଉଭୟ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ସମସ୍ତ ଖାଲିଥିଵା ପଦବୀରେ ଅବିଳମ୍ବେ ନିଯୁକ୍ତି ଦିଅ, ଅବସର ପରେ ସମସ୍ତଙ୍କୁ ପେନସନ ଦିଅ, ଆଦାନୀ-ଆମ୍ଵାନୀଙ୍କ ନିଜସ୍ଵ ସେନାବାହିନୀ ପାଇଁ ସହାୟତା ବନ୍ଦ କରିବା ଦାବିରେ ଏହି ଆନ୍ଦୋଳନ ହୋଇ ଅଛି। ଏହି ପୃଷ୍ଠଭୁମିରେ ଏଆଇଏସ୍ଏଫ୍ ପକ୍ଷରୁ ଅଗ୍ନୀପଥ ଯୋଜନା ପ୍ରତ୍ଯାହାର ଦାଵିରେ ଦେଶ ଵ୍ଯାପୀ ଆନ୍ଦୋଳନ ଚାଲିଥିବା ବେଳେ ଆଜି ଓଡିଶା ଵିଧାନସଭା ସମ୍ମୁଖରେ ଆନ୍ଦୋଳନ ଅନୁଷ୍ଠିତ ହୋଇଅଛି। ଏହି ଆନ୍ଦୋଳନକୁ ବିଭିନ୍ନ ବାମପନ୍ଥୀ, ଗଣତାନ୍ତ୍ରୀକ ଓ ସାମାଜିକ ସଂଗଠନର ନେତୃବୃନ୍ଦ ସମର୍ଥନ ଜଣାଇ ସାମିଲ ହୋଇଥିଲ।ଏଆଇଏସ୍ଏଫ୍ ଓଡିଶା ରାଜ୍ଯ ସଭାପତି ସଂଘମିତ୍ରା ଜେନା, ସମ୍ପାଦକ କାହ୍ନୁ ଚରଣ ଲେଙ୍କା, ବିବେକ କୃଷ୍ଣ, ଦୀନେଶ ରଞ୍ଜନ, ଶୁଭ୍ରା ରାଣୀ ସାହୁ, ମନୋଜ କୁମାର କର, ଜୀବନ ବନ୍ଧୁ ଭୋଇ, ଦେବ ବ୍ରତ ବେହେରା, ମଳୟ ପଣ୍ଡା, ନାରାୟଣ ବେହେରା, ସୁଚିସ୍ମୀତା ଜେନା, ସାଶ୍ଵତ ପତି ପ୍ରମୁଖ ନେତୃତ୍ଵ ନେଇଥିବା ବେଳେ ଶତୀଷ ମିଶ୍ର, ବିଶ୍ଵ ପ୍ରିୟ କାନୁନଗୋ, ନରେନ୍ଦ୍ର ମହାନ୍ତି, ଶଙ୍କର୍ଷଣ ବାରିକ, ଅରୁଣ ଜେନା, ଶୁଭେନ୍ଦୁ ଜେନା ଜ୍ଯୋତି ରଞ୍ଜନ ମହାପାତ୍ର, ଅଶୋକ ସାହୁ ପ୍ରମୁଖ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.