ସ୍କୁଲରୁ ଫେରୁଥିବା ବେଳେ ବାଇକ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): ବାଇକ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଶିକ୍ଷକ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଜାମଗୁଡା ଗ୍ରାମର କହ୍ନେଇ ନାଏକ ବୋଲି ଜଣାପଡିଛି। ସେ କାଣିଗୁମା ଗ୍ରାମପଞ୍ଚାୟତର ତରାଗାଁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ଶିକ୍ଷକ ନିଜ ବାଇକ୍ ଯୋଗେ ସ୍କୁଲରୁ ନିଜ ଗ୍ରାମକୁ ଫେରୁଥିବା ବାଟରେ ହିଁ ଭାରସାମ୍ୟ ହରାଇବାରୁ ଛପାଘାଟ ବ୍ରିଜ୍ ତଳକୁ ଖସିପଡିଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। କାଣିଗୁମା ସରପଞ୍ଚ ଧ୍ରୃବ କାନ୍ତ ମାଝୀ ଏନେଇ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ଥୁଆମୂଳ ରାମପୁର ପୁଲିସ ଘଟଣା ସ୍ଥଳରୁ ଶବକୁ ଉଦ୍ଧାର କରିଥିଲା। ପରେ ଶବ ବ୍ଯବଛେଦ ପାଇଁ ଡାକ୍ତରଖାନାକୁ ପଠାଇବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରି ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରିରଖିଥିବା ଜଣାଯାଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.