ମହାନାୟକ ଓ ମହନୟିକା ମାନଙ୍କ ସଂଯୁକ୍ତ ଜୟନ୍ତୀ ଏବଂ ରାଜ୍ୟ ସ୍ତରୀୟ ମହାରେଲି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ସନ୍ତୋଷ କୁମାର ବାଗ): ଭୁବନେଶ୍ଵର ଇଞ୍ଜିନିୟର୍ସ ଭବନରେ ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଚା, ଭାରତ ମୁକ୍ତି ମୋର୍ଚ୍ଚା ଓ ବହୁଜନ ମୁକ୍ତି ମୋର୍ଚ୍ଚା ତରପରୁ ମହାନାୟକ/ ମହାନୟିକାମାନଙ୍କ ସଂଯୁକ୍ତ ଜୟନ୍ତୀ ଅନ୍ତଗର୍ତ ମହା ରେଲି ଆଜି ୧୯/୬ ରବିବାର ପୂର୍ବାହ୍ନ ୧୦ ଘଣ୍ଟା ଠାରୁ ଆରମ୍ଭ ହୋଇଛି। ଏହା ଆଜି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମାନନୀୟ ୱାମେନ ମେଶ୍ରାମ (ରାଷ୍ଟ୍ରୀୟ ସଂଯୋଜକ,ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଚା,ସାମାଜିକ) ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ମାନନୀୟ ଦାଉନନ୍ଦ କୁମାର ବାଘେଲ ଜୀ (ଅଖିଳ ଭାରତୀୟ କୁଡମି କିଶନ ମଜଦୂର ମହାସଂଘ ଏବଂ ରାଷ୍ଟ୍ରୀୟ ମତଦାତା ଜାଗୃତି ମଞ୍ଚ ଛତିଶଗଡ), ମୁଖ୍ୟ ଅତିଥି ମାନନୀୟ କାର୍ତ୍ତିକ ଚନ୍ଦ୍ର ସୋରେନ (ସିଇସି ମେମ୍ବର, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ନୂଆଦିଲ୍ଲୀ), ମାନନୀୟ ଭାରତ ଚନ୍ଦ୍ର ସିଂ (ସଂଗଠନିକ ସମ୍ପାଦକ, ବିଏମପି, ନୂଆଦିଲ୍ଲୀ), ମାନନୀୟ ଜଗଦୀଶ ଯାଦବ (ରାଜ୍ୟ ସଭାପତି ଆରପିଭିଏମ, ଓଡ଼ିଶା), ଡଃ. ଆଦମ୍ ଦିଗାଲ (ରାଜ୍ୟ ସଭାପତି ଆରକେଏମ, ଓଡ଼ିଶା), ଆୟୁଷ୍ମତୀ କମଳିନୀ ଯାଦବ (ରାଷ୍ଟ୍ରୀୟ ସଭାନେତ୍ରୀ, ବିଏମଏମ ମହିଲା ୟୁଥ ସଂଘ, ନୂଆଦିଲ୍ଲୀ) ଆୟୁଷ୍ମତୀ ଶାନ୍ତିଲତା କାରୁଆଁ (ରାଜ୍ୟ ସଭାନେତ୍ରୀ, ମହିଲା ସଂଘ, ଓଡ଼ିଶା), ମହମ୍ମଦ ହଉଦହମ୍ (ରାଜ୍ୟ ଉପ ସଭାପତି, ଆରଏମଏମ ଓଡ଼ିଶା) ମା. ମୋହନ ବସ୍କେ (ରାଜ୍ୟ ସଭାପତି ବିଭିଏମ ଓଡ଼ିଶା) ପ୍ରମୁଖ ଉପସ୍ଥିତ ରହି ଦେଶର ଅନେକ ମହାନାୟକ ଓ ମହନୟିକା ମାନଙ୍କ ସ୍ମୃତି ଚାରଣ କରିଥିଲେ।

Udyog Nursery
Udyogi Nursery

ସରକାର ପଶୁପକ୍ଷୀ ମାନଙ୍କ ଗଣନା କରୁଛନ୍ତି ଅଥଚ ଓବିସି ମାନଙ୍କ ଜାତିଭିତ୍ତିକ ଜନଗଣନା କରୁନାହାନ୍ତି ତେଣୁ ଏନେଇ ଶାସକ ଦଳ ଉପରେ ବର୍ଷିଛନ୍ତି ଅନେକ ବକ୍ତା। ଏଥିସହ ସଙ୍ଗଠନ କେମିତି ଆଗକୁ ଯିବ ସେନେଇ ବକ୍ତାମାନେ ମତ ରଖିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.