କେସିଙ୍ଗା ବ୍ଲକ ଆଦିବାସୀ ସଂଘର ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ମଧୁସୂଦନ ଠାକୁର): ଡଙ୍ଗରମୁର୍ଲି ପାତାଳେଶ୍ୱର ପୀଠ ଠାରେ କେସିଙ୍ଗା ବ୍ଲକ ଆଦିବାସୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଦିବାସୀ ନେତା ରମେଶ ମାଝୀଙ୍କ ସଭାପତିତ୍ବରେ କେସିଙ୍ଗା ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତର କର୍ମକର୍ତ୍ତା ଓ ସାମାଜର ଜନ ସାଧାରଣଙ୍କୁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। କେସିଙ୍ଗା ବ୍ଲକ ସଭାପତି ଭାବେ ଶିକ୍ଷାବିତ ଶେଷଦେବ ମାଝୀ, ଉପସଭାପତି ଭାବେ ଚଞ୍ଚଳ ମାଝୀ, ସାବିତ୍ରୀ ମାଝୀ, ଚତୁର୍ଭୁଜ ଶବର, ଓ ଆଶାରାମ ମାଝୀ, ସାଧାରଣ ସମ୍ପାଦକ ଭାବରେ ଗୌତମ ଧରୁଆ, ସହ ସମ୍ପାଦକ ଭାବରେ ସୁରେଶନ ଶବର, ଇନ୍ଦ୍ରଜିତ ମାଝୀ, ଧୀରେନ୍ଦ୍ର ମାଝୀ, ଶିବଲାଲ ମାଝୀ, କୁମୁଦିନୀ ମାଝୀ ଓ କୋଷାଧ୍ୟକ୍ଷ ଭାବରେ ଯୁବ ସଂଗଠକ ଡୋଳାମଣି ମାଝୀ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ସମ୍ପାଦକ ଲକ୍ଷ୍ମଣ ଭୋଇ, ଉପସଭାପତି ପଦ୍ମନ ପାତ୍ର ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ। ଯେଉଁମାନେ ଜିଲ୍ଲାର ନିରିହ ଆଦିବାସୀଙ୍କୁ ଭୁଆଁ ବୁଲେଇ ପେଟ ପୋଷା ନେତା ହେଉଛନ୍ତି ସେମାନଙ୍କୁ କେସିଙ୍ଗା ଆଦିବାସୀ ସମାଜ ଉଚିତ ଜବାବ ଦେବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ଡଙ୍ଗରମୁର୍ଲି ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଆଜିର ସଭାର ସଭାପତି ରମେଶ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.