ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକ ବାରବନ୍ଧା ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର, ଗୋଛାଡେଙ୍ଗେନ ଗୋଷ୍ଠୀ ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନ୍ତର୍ଜାତୀୟ ୟୋଗା ଦିବସ ପାଳନ କରାଯାଇଛି। ସେହିପରି ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ମ.ରାମପୁର ବ୍ଲକ ବିଭିନ୍ନ ଜାଗାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ବାରବନ୍ଧା ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳକ ଡ଼ଃ. ସିମାଞ୍ଚଳ ପାଣି, ଫର୍ମାସିଷ୍ଟି ପ୍ରଦୀପ କୁମାର ବାରିକ, ସନ୍ତୋଷ ମହାନନ୍ଦ, ମିଥୁନ ମହାନନ୍ଦ, ପ୍ରମା ମହାନନ୍ଦ, ଜିଶନ ଆଳୀ ଖାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ଗୋଛାଡେଙ୍ଗେନ ଗୋଷ୍ଟୀ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଏଏନଏମ ଅଧିକାରୀ ମୁକ୍ତା ପ୍ରଧାନ ଓ ଏମ୍ବିକେ ସଂଯୁକ୍ତା ପାତ୍ର ଓ ଅଳାତରା ପଞ୍ଚସଖା ଉଚ୍ଚବିଧ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ର ଓ କ୍ରୀଡା ଶିକ୍ଷକ ବେଣୁଧର ରଣା ଉପସ୍ଥିତ ଥିବାବେଳେ ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ଜାତୀୟ ଯୁବ ସ୍ୱେଚ୍ଛା ସେବୀ ଅମର ସିଂ ଭୋଇ, ବିକାଶ ସୁନା ଓ ଜାତୀୟ ଯୁବ ସ୍ଵେଚ୍ଛାସେବୀ ଓ ଯୋଗ ଶିକ୍ଷକ ସନତ କୁମାର ସାହୁ ଯୋଗ ଓ ପ୍ରାଣାୟାମର ଉପକାରିତା ଉପରେ ଲୋକ ମାନଙ୍କୁ ବୁଝାଇ କହିଥିଲେ।