ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭାରତୀୟ କବି ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା ଚାଇନାର ପ୍ରସିଦ୍ଧ ସାହିତ୍ୟ ପତ୍ରିକା ରେଡିସନ ଅଫ ଇଣ୍ଟରନେସନାଲ ପୋଏଟ୍ରିରେ ସ୍ଥାନିତ ହୋଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ଉକ୍ତ ପତ୍ରିକା ଚାଇନାର ମୁଖ୍ୟ ଧାରାର ପତ୍ରିକା। ଏହାର ସମ୍ପାଦନା କରିଛନ୍ତି ଡ଼. ଜାଙ୍ଗ ଜି। ଉକ୍ତ ପତ୍ରିକାରେ ଗ୍ରୀସ, ଚାଇନା, ନେପାଳ, ଆମେରିକା,ପୋର୍ତ୍ତୁଗାଲ, ପୋଲାଣ୍ଡ, ଉଚ ବେକିସ୍ଥାନ, ବୋଲିଭିଆ, ଇସ୍ରାଏଲ, ସ୍ବିଡେନ କବି ମାନଙ୍କର କବିତା ସ୍ଥାନିତ ହୋଇଥିବା ବେଳେ ଭାରତରୁ କବି ଡ. ନିଆଲଙ୍କ କବିତା ମଧ୍ୟ ସ୍ଥାନିତ ହୋଇଛି। ସବୁଠାରୁ ଖୁସିର ଖବର ଏହା ଯେ, ଉକ୍ତ ପତ୍ରିକାର ପଛ କଭର ପେଜରେ କବି ଡ଼. ନିଆଲଙ୍କ ଫୋଟୋ ମଧ୍ୟ ସ୍ଥାନିତ ହୋଇଛି। କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ, ପୋଲିସ, ସ୍ପେନିସ, ଆଳବାନିୟନ, ଫିଲିପିନୋ, ଭିଏତନାମା, ଜାପାନ, କିର୍ଗିଜ୍, ହିବ୍ରୁ ଭଳି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି। ବର୍ତ୍ତମାନ କବି ଡ଼. ଭବାନୀ ନିଆଲଙ୍କ କବିତା ଚାଇନା ପତ୍ରିକାରେ ପ୍ରକାଶିତ ହେବାପରେ ତାଙ୍କ ଜନ୍ମମାଟି କଳାହାଣ୍ଡି ସମେତ ରାଜ୍ୟର ଅନେକ ମହଲରେ ଖୁସିର ଲହରୀ ଖେଳିଯାଇଛି।