ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ସବୁବେଳେ ଚର୍ଚ୍ଚାରେ ଥିବା ନୂତନ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ଓଡିଶାର ୧୦୨ ବର୍ଷର ଦୈନିକ ଖବର କାଗଜ ‘ସମାଜ’ ପରିବାର ତରଫରୁ ଆଜି ଭବାନିପାଟଣାସ୍ଥିତ ଭାଗିରଥି ଇନ୍ ହୋଟେଲର କନଫରେନ୍ସ ହଲ୍ ଠାରେ ସ୍ବାଗତ୍ ସମ୍ବର୍ଦ୍ଧନା ଦିଆଯାଇଛି । ଯେହେତୁ ଗୋଲାମୁଣ୍ଡ ଅଧ୍ୟକ୍ଷ ଗୋଳାମୁଣ୍ଡା ବ୍ଲକ ସ୍ତରୀୟ ସମାଜ ଖବର କାଗଜର ସାମ୍ବାଦିକ ତେଣୁ ସମାଜ ପରିବାର ପକ୍ଷରୁ ଖୁସିରେ ସ୍ବାଗତ୍ ସମ୍ବର୍ଦ୍ଧନା ଦିଆଯାଇଛି । କାର୍ଯ୍ୟକ୍ରମରେ ଭୁବନେଶ୍ବର ସମାଜ କାର୍ଯ୍ୟାଳୟରୁ ଏଚ୍ଆର୍ କୃଷ୍ନଚନ୍ଦ୍ର ସାହୁ, ସମ୍ବଳପୁର କାର୍ଯ୍ୟାଳୟରୁ ବିଜ୍ଞ୍ୟାପନ ଅଧିକାରୀ ଦେବାଶିଷ ମିଶ୍ର ଓ ପ୍ରସାର ଅଧିକାରୀ ମନୋରଞନ ମିଶ୍ର, ସମାଜ ଜିଲ୍ଲା ପ୍ରତିନିଧି ବିଜୟ ଦ୍ବିବେଦୀ ଓ ଜିଲ୍ଲା ସମସ୍ତ ସମାଜ ଖବର କାଗଜର ସାମ୍ବାଦିକ ଉପସ୍ଥିତ ଥିଲେ ।