ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗାନ୍ଧି ପରିବାରକୁ ଇଡିର ସମନ ଓ ରାହୁଲ ଗାନ୍ଧିଙ୍କୁ ଜେରାକୁ ବିରୋଧ କରି ଏବେ ସାରା ଦେଶରେ କଂଗ୍ରେସ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରୁଛି । ରାଜନୈତିକ ଆକ୍ରୋଶରେ କେନ୍ଦ୍ର ସରକାର ଇଡିକୁ ଗାନ୍ଧୀ ପରିବାର ପଛରେ ଲଗାଇଥିବା ଅଭିଯୋଗ କରି ଆଜି ଗୋଲାମୁଣ୍ଡା ବ୍ଲକ କଂଗ୍ରେସ ପକ୍ଷରୁ କେଗାଁ ପୋଷ୍ଟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ନିଦ୍ଦେଶକ୍ରମେ ପିସିସି ସଦସ୍ୟ ନରହରି ବାଗଙ୍କ ନେତୃତ୍ୱରେ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ବ୍ଲକ କଂଗ୍ରେସ ସଭାପତି ନଉକେଶ୍ୱର ପୁଟେଲ, ବରିଷ୍ଠ କଂଗ୍ରେସ ନେତା ସୋମେଶ୍ୱର ମୁନି, ବାସୁଦେବ ବାଗ, ହରେରାମ ଚନ୍ଦନ, ମିନିକେତନ ହଂସ, ଶ୍ରୀମତି ଚନ୍ଦ୍ରକାନ୍ତି ମାଝୀ, ଗୁରେଶ୍ୱର ବାଗ ପ୍ରମୁଖ ଉପସ୍ଥିତ ଥିଲେ ।